ନୂଆଦିଲ୍ଲୀ,୦୫/୦୬; ପ୍ରେମ ପାଇଁ ବିବାଦ ଉପଜେ କିନ୍ତୁ ହତ୍ୟା କେବେ ଗ୍ରହଣୀୟ ନୁହେଁ । ପଞ୍ଜାବର ମୋହାଲିରେ ଏକ ଭୟଙ୍କର ଘଟଣା କ୍ୟାମେରାରେ କଏଦ ହୋଇଛି । ଯେଉଁଠାରେ ଜଣେ ଯୁବତୀଙ୍କୁ ତାଙ୍କ ସହକର୍ମୀ ବ୍ରେକଅପ୍ ପରେ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି । ମହିଳାଙ୍କୁ ଛୁରୀରେ ୨୦ରୁ ୨୫ ଥର ଆକ୍ରମଣ କରିବା ପରେ ଅଭିଯୁକ୍ତ ଜଣକ ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲା । ଅଭିଯୁକ୍ତ ଛୁରୀରେ ନିଜକୁ ଆଘାତ ଦେଇଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡିମ୍ପଲଙ୍କୁ ସେ କିପରି ହତ୍ୟା କଲେ, ଯାହାକୁ ସେ ଭଲ ପାଉଥିଲେ? ଏ ହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କ୍ୟାମେରାରେ କଏଦ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠୁଛି ।

ପୂର୍ବତନ ବାନ୍ଧବୀ ଡିମ୍ପଲ ମୋହାଲି ସେକ୍ଟର ୬୬ ସ୍ଥିତ ତାଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ। ହଠାତ୍ ଅଭିଯୁକ୍ତ ହରବିନ୍ଦର ମାନ ଓରଫ ହ୍ୟାରି ପଛରୁ ଆସି ତାଙ୍କୁ ଛୁରାମାଡ଼ କରିବାକୁ ଲାଗିଲା । ଡିମ୍ପଲ ଖସିଯିବାକୁ ଚେଷ୍ଟା କରିଥିଲେ। ତାଙ୍କର କିଛି ସହକର୍ମୀ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହରବିନ୍ଦର ଡିମ୍ପଲଙ୍କୁ ଛୁରାମାଡ଼ କରି ଚାଲିଥିଲା। ପରେ ହରବିନ୍ଦର ନିଜ ଗଳା କାଟିବାକୁ ଚେଷ୍ଟା କରିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଥିଲା। ପରେ ଦୁଇଜଣଙ୍କୁ ଫୋର୍ଟିସ୍ ହସ୍ପିଟାଲକୁ ନିଆଯାଇଥିଲା। ଡିମ୍ପଲଙ୍କର ମୃତ୍ୟୁ ହୋଇଥିବାବେଳେ ହରବିନ୍ଦରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଦୁହେଁ ଗତ ତିନି ବର୍ଷ ଧରି ଏକ ଘରୋଇ ପ୍ୟାକର୍ସ-ଏଣ୍ଡ-ମୁଭର୍ସ କମ୍ପାନିରେ ଏକାଠି କାମ କରୁଥିଲେ। ଏହି ସମୟ ମଧ୍ୟରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଓ ପରେ ବ୍ରେକଅପ୍ ହୋଇଥିଲା ବୋଲି ପୁଲିସ କହିଛି। ଡିମ୍ପଲଙ୍କ ସହିତ ବ୍ରେକଅପ୍ ହରବିନ୍ଦରଙ୍କୁ ଏତେ ବ୍ୟଥିତ କରିଥିଲା ସେ ଉଭୟଙ୍କ ସମ୍ପର୍କ ସଜାଡ଼ିବାକୁ ଚେଷ୍ଟା କରିଥିଲା, କିନ୍ତୁ ବିଫଳ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ଅଫିସରେ ପୁଣି ଯୁକ୍ତିତର୍କ ହୋଇଥିଲା ଯାହା ପରେ ହରବିନ୍ଦର ଡିମ୍ପଲଙ୍କୁ ବାରମ୍ବାର ଛୁରାମାଡ଼ ମାରଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଏହା ବି ପଢନ୍ତୁ...ବ୍ରିଟେନର ସବୁଠୁ ଲମ୍ବା ଛାଡ଼ପତ୍ର ମାମଲା! ୨୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ପାଇଲେ ୮୫ କୋଟି  ​​​​​​​

ବ୍ରେକଅପ୍ ଅର୍ଥ ହତ୍ୟା କରିବା ନୁହେଁ। ମୋହାଲିର ଡିମ୍ପଲଙ୍କ ହତ୍ୟା ପୁଣି ଥରେ ପ୍ରେମିକଙ୍କ ମସ୍ତିଷ୍କ ସ୍ୱଭାବ ବିଷୟରେ ଅନେକ ପ୍ରଶ୍ନ ଉଠାଇଛି । ଡିମ୍ପଲ ଏବଂ ହ୍ୟାରି ବର୍ଷ ବର୍ଷ ଧରି ସମ୍ପର୍କରେ ଥିଲେ। କିନ୍ତୁ ଯେତେବେଳେ ସେମାନଙ୍କ ସମ୍ପର୍କ ଭାଙ୍ଗିଥିଲା, ଏହାକୁ ପାରସ୍ପରିକ ସମ୍ମତି ଭାବରେ ଗ୍ରହଣ କରି ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ହ୍ୟାରିଙ୍କ ମୁଣ୍ଡରେ ଆଉ କିଛି ଚାଲିଥିଲା । ଯଦି ତୁମେ ମୋର ନୁହଁ, ତେବେ ତୁମେ ଆଉ କାହାର ନୁହଁ ? ଚିନ୍ତାଧାରାରେ ଡିମ୍ପଲଙ୍କ ଜୀବନ ନେବାକୁ ପଛାଇନାହାନ୍ତି ହ୍ୟାରୀ । ହତ୍ୟାର ଭିଡିଓ ଏତେ ଭୟଙ୍କର ଯେ ସମସ୍ତଙ୍କୁ ସ୍ତବ୍ଧ କରିଛି । ହତ୍ୟାକାଣ୍ଡ ବେଳେ ସେଠି ଉପସ୍ଥିତି କେହି କିଛି ଭାବି ପାରିନଥିଲେ କଣ କରିବେ । ସମସ୍ତ ଅସହାୟ ଥିଲେ ।