ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

ଭୁବନେଶ୍ବର,୪/୨: ପୂବର୍ତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ଚିକିତ୍ସିତ ଅବସ୍ଥାରେ ଭୂବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଜି ପରଲୋକ ଘଟିଛି। ଶ୍ରୀ କରଣ ସେପ୍ଟଟିସେମିଆରରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ୧୯୪୭ ମସିହାରେ ଜନ୍ମିତ ଶ୍ରୀ କରଣ ଛାତ୍ର ଜୀବନରୁ ରାଜନୀତି ସହିତ ସଂପୃକ୍ତ ଥିଲେ। କଟକ ମଧୁସୂଦନ ଲ କଲେଜର ଛାତ୍ର ସଂସଦ ସଭାପତି ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ କରଣ ପ୍ରଥମେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ୧୯୭୪ ମସିହାରେ ୬ଷ୍ଠ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ କଂଗ୍ରେସ ଟିକେଟରେ ଲଢ଼ି ସେ ସପ୍ତମ, ଅଷ୍ଟମ, ନବମ ବିଧାନସଭାକୁ ନିର୍ବାଚିତ ହେବା ପରେ ପୁଣି ସ୍ବାଧୀନ ବିଧାୟକ ଭାବେ ଏକାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ପୁଣି କଂଗ୍ରେସ ଟିକଟରେ ଦ୍ବାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଓ ଏଆଇସିସି ସଦସ୍ୟ ଓଡ଼ିଶା ସରକାର ରାଷ୍ଟ୍ରମନ୍ତ୍ରୀ ଭାବେ ଶ୍ରୀ କରଣ କାର୍ୟ୍ୟ କରିଥିଲେ।