PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ, ୭୪ ବର୍ଷରେ ଆଖିବୁଜିଲେ ବିରେନ୍ଦ୍ର ପାଣ୍ତେ

ଭୁବନେଶ୍ୱର ୧୯/୦୩: ଝାରସୁଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପରଲୋକ। ସେ ୭୪ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଝାରସୁଗୁଡ଼ା ଆସନରୁ ୩ ଥର ବିଧାୟକ ହୋଇଥିଲେ। ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି।

ସୂଚନା ମୁତାବିକ, ଝାରସୁଗୁଡ଼ା ବିଧାନସଭା ଆସନରୁ ୩ ଥର ବିଧାୟକ ଭାବେ ନିର୍ବାଚନ ହୋଇଥିଲେ ବିରେନ୍ଦ୍ର ପାଣ୍ଡେ । ୧୯୮୦ ମସିହାରେ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୫-୯୦ ପର୍ଯ୍ୟନ୍ତ ୨ୟ ଥର, ଆଉ ୧୯୯୫-୨୦୦୦ ପର୍ଯ୍ୟନ୍ତ ୩ୟ ଥର ଲାଗି ବିଧାୟକ ଭାବେ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ ।

କଂଗ୍ରେସରେ ଜଣେ ବରିଷ୍ଠ ନେତା ଭାବେ ବେଶ୍‌ ଜଣାଶୁଣା ଥିଲେ ବିରେନ୍ଦ୍ର । ଲୋକଙ୍କ ଦୁଃଖସୁଖରେ ଛିଡ଼ା ହୋଇଥାନ୍ତି । ତେବେ କିଛି ଦିନ ହେଲା ସେ ଯକୃତ ରୋଗରେ ପୀଡ଼ିତ ହୋଇ ଅସୁସ୍ଥ ଥିଲେ । ସେଥିଲାଗି ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ରବିବାର ଭୋର୍‌ରେ ପୂର୍ବତନ ବିଧାୟକଙ୍କ ପରଲୋକ ହୋଇଛି। ତାଙ୍କ ବିୟୋଗରେ ଝାରସୁଗୁଡାରେ ଗଭୀର ଶୋକ ପ୍ରକାଶ ପାଇଛି । ଆଜି ସନ୍ଧ୍ୟା ସୁଦ୍ଧା ତାଙ୍କ ମରଶରୀର ଝାରସୁଗୁଡା ଅଣାଯିବା ସହ ଆସନ୍ତାକାଲି ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି । ତାଙ୍କ ପରଲୋକର ପିସିସି ସଭାପତି ଶରତ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।