ପ୍ରମୂଖ ଖବର
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସଫଳ ଅସ୍ତ୍ରୋପଚାର, ସୂଚନା ଦେଲେ ଡାକ୍ତର ରମାକାନ୍ତ ପଣ୍ଡା

Published By : Prameya | June 22, 2025 1:59 PM

ଭୁବନେଶ୍ୱର, ୨୨/୦୬: ମୁମ୍ବାଇ‌ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ। କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସରିଲା ସର୍ଭାଇକାଲ୍‌ ଆର୍ଥରାଇଟିସ୍‌ ଅପରେସନ୍। ସୂଚନା ଦେଲେ ଘରୋଇ ଡାକ୍ତର ରମାକାନ୍ତ ପଣ୍ଡାଙ୍କ । ଆସନ୍ତା ଦୁଇ ଦିନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବଜରଭେସନରେ ରହିବେ। ୨୧ ତାରିଖରେ ‌ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି।

ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକଙ୍କ ସଫଳତା ସହ ଅପରେସନ ହୋଇଛି । ସବୁ ଭଲ ଅଛି । ଅବଜରଭେସନରେ ଦୁଇ ଦିନ ରହିବେ । ତାପରେ ରୁମ୍‌ରେ ୩ ଦିନ ରହି ହସ୍ପିଟାଲରୁ ଡିସଚାର୍ଜ ହେବେ । କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ତାଙ୍କ ଅପରେସନ କରିଥିଲେ । ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍‌ର ବିଶେଷଜ୍ଞମାନେ ବି ଅପରେସନ ଥିଏଟର୍‌ରେ ଥିଲେ । 

ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି । ସେ ପଚାରିଲେ ସବୁ ଠିକ ଥିଲା ତ । ଆମେ କହିଲୁ ସବୁ ଠିକ ଅପରେସନ ହୋଇଛି। ବୟସ ବଢିଲେ ସର୍ଭାଇକାଲ୍‌ ଆର୍ଥରାଇଟିସ୍‌ ହୁଏ । ତାଙ୍କୁ କଷ୍ଟ ହେଉଥିଲା । ତାକୁ ସ୍କ୍ରୁ ଦେଇ ଫିସ୍କ କରାଗଲା । ଆଉ କଷ୍ଟ ହେବନି । ଆଗ ଆନାସ୍ଥେସିଆ ଦେଇ ସଫା କରାଯିବ । ଦୁଇ ଘଣ୍ଟା ଧରି ଅପରେସନ ହୋଇଥିଲା । ସର୍ଜରୀ ପରେ ଛୋଟ ଷ୍ଟିଚ୍ ପଡିଥିଲା । ୫ ରୁ ୭ ଦିନ ପରେ ଷ୍ଟିଚ୍‌ ଖୋଲିବ ବୋଲି କହିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.