ଗିଫ୍ଟରେ ପରୀକ୍ଷା ସଂସ୍କାର କର୍ମଶାଳା

ଭୁବନେଶ୍ୱର,୨୪ା୧(ବ୍ୟୁରୋ):ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ପୂର୍ବାଞ୍ଚଳ କ୍ଷେତ୍ରୀୟ କାର୍ଯ୍ୟାଳୟ କୋଲକାତା ତରଫରୁ ପରୀକ୍ଷା ସଂସ୍କାର ଶୀର୍ଷକ ଏକ ଦିନିକିଆ କର୍ମଶାଳା ଗିଫ୍ଟ ଇଞ୍ଜିନିୟରିଂ କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଆଇସିଟିଇର ପୂର୍ବାଞ୍ଚଳ କ୍ଷେତ୍ରୀୟ ଅଧିକାରୀ ଡ. ଅମିତ ବିଶ୍ୱେଶରାୟ ସାଲୁଙ୍ଖେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଗିଫ୍ଟର ଭାଇସ୍-ପ୍ରିନ୍ସିପାଲ ଡ. ଆଲୋକ ମହାପାତ୍ର ଅତିଥି ପରିଚୟ କରିଥିଲେ । ଏସ୍ ଟିଇଭିଟିର ପରୀକ୍ଷା ଅଧିକାରୀ ଭ୍ରମରବର ବଢାଇ ପରୀକ୍ଷା ସଂସ୍କାର ଉପରେ ମତପୋଷଣ କରିଥିଲେ । ବିପିୟୁଟିର ପରୀକ୍ଷା ନିର୍ଦ୍ଦେଶକ ଡ. ଦୀପକ କୁମାର ସାହୁ ମଧ୍ୟ ବୈଷୟିକ ଶିକ୍ଷା ପରୀକ୍ଷାର ଗୁଣାତ୍ମକ ମାନ ଉପରେ ମତପୋଷଣ କରିଥିଲେ । ଗିଫ୍ଟର ଭାଇସ୍ ଚେୟାରମ୍ୟାନ ଇଂ. ପତିତପାବନ ପଣ୍ଡା ପରୀକ୍ଷା ସଂସ୍କାର ଜରୁରୀ ବୋଲି ମତ ରଖିଥିଲେ । କର୍ମଶାଳାରେ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରୁ୧୦୦ରୁ ଊଦ୍ଧ୍ୱର୍ ଡିନ୍, ପରୀକ୍ଷା ଅଧିକାରୀ, ବରିଷ୍ଠ ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ ।