PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଏମିତି ବିପଜ୍ଜନକ ସ୍ଥାନରେ ବ୍ୟାୟାମ କରୁଥିଲେ ବ୍ୟକ୍ତି, ଭିଡିଓ ଦେଖିଲେ ଭୟ ଲାଗିବ

ନୂଆଦିଲ୍ଲୀ ୨୨/୫: ଯଦି ଆପଣ ପ୍ରତିଦିନ ଏକ୍ସର୍ସାଇଜ୍ କରୁଛନ୍ତି ତେବେ ଏହାର ଖୁବ୍ ଫାଇଦା ମିଳିଥାଏ । ଏକ୍ସର୍ସାଇଜ୍ କରିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । କିଛି ଲୋକ ପ୍ରତିଦିନ ବ୍ୟାୟାମ କରନ୍ତି । ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ବିପଜ୍ଜନକ ସ୍ଥାନରେ ଲଟକିକି ଏକ୍ସର୍ସାଇଜ୍ କରୁଥିବା ନଜର ଆସୁଛନ୍ତି । ଏହାକୁ ଦେଖି ସମସ୍ତେ ଚକିତ ହୋଇଯାଉଛନ୍ତି । ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ପାହାଡର ତୀଖ ସ୍ଥାନଠୁ ଆରମ୍ଭ କରି ଅନେକ ବିପଜ୍ଜନକ ସ୍ଥାନରେ ବ୍ୟାୟାମ କରୁଛନ୍ତି । ଯଦି ସେ ଏମିତି ସ୍ଥାନରେ ଖସିବେ ତେବେ ତାଙ୍କ ହାତ ଗୋଡ ଭାଙ୍ଗିବାର ସମ୍ଭାବନା ମଧ୍ୟ ଥିଲା ।

ଭିଡିଓରେ ଦେଖାଯାଉଛି କି ବ୍ୟକ୍ତିଜଣକ ହାଇୱେରେ ଡାଇରେକ୍ସନ ଏବଂ ଅନ୍ୟ କିଛି ବୋର୍ଡରେ ଲଟକିକି ଏକ୍ସର୍ସାଇଜ୍ କରୁଥିଲେ । ଏହି ବୋର୍ଡ ବହୁତ ଉଚ୍ଚରେ ଲାଗିଥିଲା । ବର୍ତ୍ତମାନ ଏହା ଜଣାପଡିନି କି ସେ ଏହି ବୋର୍ଡକୁ କେମିତି ଚଢିଥିଲେ । ଆପଣ ଭିଡିଓରେ ଦେଖିପାରିବେ କି ସେ ଉଭୟ ହାତରେ ବୋର୍ଡରେ ଲଟକିକି ଏକ୍ସର୍ସାଇଜ୍ କରୁଛନ୍ତି ।

ଭିଡିଓକୁ royalcarsz ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । ୧୨ ସେକେଣ୍ଡର ଏହି ଭିଡିଓଟି ଲୋକଙ୍କୁ ଚକିତ କରୁଛି । ଏହାକୁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି । ଭିଡିଓକୁ ହଜାର ହଜାର ଲାଇକ୍ ମିଳିସାରିଛି । ଜଣେ ୟୁଜର ଏହି ଭିଡିଓକୁ ଦେଖି କମେଣ୍ଟ ଲେଖିଛନ୍ତି ‘ଆଉ କୋଉଠି ଜାଗା ମିଳିଲାନି, ଯଦି ଖସିବ ତେବେ ହାତ ଗୋଡ ଭାଙ୍ଗି ଯିବ ।’

ସମ୍ବନ୍ଧିତ ଖବର