ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୂର୍ଯ୍ୟମନ୍ଦିରରେ ବିଶେଷଜ୍ଞ ଦଳର ଅନୁଧ୍ୟାନ, କଳା ଆସ୍ତରଣ ପ୍ରସ୍ତର ନମୁନା ସଂଗ୍ରହ

Published By : Harapriya Sethi | July 13, 2025 3:03 PM

କୋଣାର୍କ,୧୩/୦୭: ସୂର୍ଯ୍ୟମନ୍ଦିର ସୁରକ୍ଷା ଓ ସଂରକ୍ଷଣ ନେଇ ଏଏସଆଇ ପକ୍ଷରୁ ତପ୍ତରତା ଦେଖିବାକୁ ମିଳିଛି । ସୂର୍ଯ୍ୟମନ୍ଦିରରେ ଆଇଆଇଏମଡି ଓ ଖଣିଜ ସାମଗ୍ରୀ ପ୍ରଯୁକ୍ତି ପ୍ରତିଷ୍ଠାନର ୮ଜଣିଆ ବିଶେଷଜ୍ଞ ଦଳ ଅନୁଧ୍ୟାନ କରିଛନ୍ତି । ଏହି ବିଶେଷଜ୍ଞ ଦଳ ନାଟ୍ୟ ମନ୍ଦିର, ଜଗମୋହନ, ଗର୍ଭଗୃହ, ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵ ବୁଲି ଦେଖିଥିଲେ । କ୍ୟାମେରାରେ ଫଟୋ ଉତ୍ତୋଳନ କରିବା ସହିତ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରସ୍ତରରେ ରହିଥିବା କଳା ଆସ୍ତରଣର ନମୁନା ସଂଗ୍ରହ କରି ନେଇଥିଲେ । ଏହା ପରୀକ୍ଷା ପାଇଁ ଯାଇଥିବା ଜଣାପଡିଛି । ଖୁବଶୀଘ୍ର ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରସ୍ତର ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଏହି କଳା ଆସ୍ତରଣ ସଫା କରାଯିବ । ବିଶେଷଜ୍ଞ ଦଳଙ୍କ ସହିତ ପୁରୀ ସର୍କଲ ସୁପରିଟେଣ୍ଡେଟ ଡ଼ଃ. ଡି.ବି ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ,ଗତ ମେ ୨୪ତାରିଖରେ ଏଏସଆଇ ଡିଜିଙ୍କ ସମେତ ୧୫ଜଣିଆ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ପ୍ରକ୍ରିୟା, ମନ୍ଦିର ସଂରକ୍ଷଣ ଆଦି ସମୀକ୍ଷା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.