ନୂଆଦିଲ୍ଲୀ – ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ଏକ କାର୍‌ରେ ଜୋରଦାର ବିସ୍ଫୋରଣ ହୋଇଛି। ଏହି ଭୟଙ୍କର ବିସ୍ଫୋରଣରେ୧୦ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନାରୁ ଜଣାପଡ଼ିଛି। ହେଲେ ସରକାରୀ ଭାବେ ସ୍ପଷ୍ଟ ହୋଇ ନାହିଁ। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି।

କୁହାଯାଉଛି ଯେ, ଲାଲ୍‌ କିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍‌ ନମ୍ୱର-୧ ନିକଟରେ ଏକ କାର୍‌ରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ୩୦ ଟି ଗାଡ଼ିରେ ମଧ୍ୟ ନିଆଁ ଲାଗି ଯାଇଛି। ଦିଲ୍ଲୀ ଅଗ୍ନିଶନ ବାହିନୀ ଅନୁସାର  ବିସ୍ଫୋରଣରେ ଅନେକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଧମାକାର ଦୃଶ୍ୟ ଖୁବ୍‌ ଭୟାନକ ହୋଇଛି।

ଜଣେ ଅଧିକାରୀ କହିଛନ୍ତି ଯେ, ସୋମବାର ସନ୍ଧ୍ୟାରେ ଲାଲ୍‌ କିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ହୋଇଥିଲା। ଘଟଣା ମେଟ୍ରୋ ଷ୍ଟେସନର ଗେଟ୍‌ ନମ୍ୱର-୧ ନିକଟରେ ଘଟିଛି। ଧମାକା ପରେ ୩୦ଟି ଗାଡ଼ିରେ ନିଆଁ ଲାଗି ଯାଇଛି। ଦମକଳର ପାଞ୍ଚଟି ଗାଡ଼ିକୁ ଘଟଣା ସ୍ଥଳକୁ ପଠାଯାଇଛି। ସଂପୃକ୍ତି ଅଞ୍ଚଳକୁ ଘେରବନ୍ଦୀ କରାଯାଇଛି।

ଅଧିକାରୀ କହିଛନ୍ତି ଯେ, ଦମକଳ ବିଭାଗକୁ ଘଟଣାର ସୂଚନା ସନ୍ଧ୍ୟା ୭ଟା୫ ମିନିଟ୍‌ରେ ମିଳିଛି। ନ୍ୟୁଜ୍‌ ଏଜେନ୍ସି ଏଏନଆଇ ସୂତ୍ରାନୁସାରେ କହିଛି ଯେ, ବିସ୍ଫୋରଣରେ ଆହତଙ୍କୁ ଏଲଏନଜିପି ହସ୍ପିଟାଲ ନିଆ ଯାଇଛି। ଦିଲ୍ଲୀ ପୁଲିସର ଟିମ୍‌ ସହ ଫରେନ୍ସିକ୍‌ ଓ ଟେକ୍ନିକାଲ ଏକ୍ସପର୍ଟ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ,ଆଖ ପାଖ ନିକଟରେ ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟ ଭାଙ୍ଗିଯାଇଛି।

ଘଟଣା ପରେ ପୂରା ଦିଲ୍ଲୀରେ ହାଇ ଆଲର୍ଟ ଘୋଷିତ କରିଦିଆ ଯାଇଛି। ଏତେ ବଡ଼ ଧମାକା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିବା ଆଶଙ୍କା ମଧ୍ୟ କରାଯାଇଛି । ସୁରକ୍ଷାକୁ ଧ୍ୟାନରେ ରଖି ଚାନ୍ଦନୀ ଚୌକ ବଜାରରକୁ ବନ୍ଦ କରିଦିଆ ଯାଇଛି।

ଏହି ଧମାକା କେମିତି ହୋଇଛି ଏବଂ ଏହାର କଣ କାରଣ ରହିଛି , ଏହି ସମ୍ୱନ୍ଧରେ ସୂଚନାକୁ ପ୍ରତୀକ୍ଷା କରାଯାଇଛି। ବର୍ତ୍ତମାନ ପୁଲିସର ପ୍ରାରମ୍ଭିକ ଯାଞ୍ଚ ଜାରି ରହିଛି।