PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଲୋନ କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡପ,ଯୁବକ ଙ୍କୁ ବାନ୍ଧିଲା ଘଟଗାଁ ପୋଲିସ

ନୀଳଗିରି,୭/୧୦: ଲୋନ କରାଇ ଦେବା ନାଁରେ ନୀଳଗିରି ଅଞ୍ଚଳରେ ମାତିଛନ୍ତି ଦଲାଲ। ହେଲେ ଏହି ଦଲାଲ ଖାଲି ନୀଳଗିରି ନୁହଁ ଜିଲ୍ଲା ପାର କରି ଅନ୍ୟ ଅଞ୍ଚଳରେ ହିତାଧିକାରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଭଳି ଘଟଣା ନଜରକୁ ଆସିଛି। ଆଜି ବଡ଼ି ଭୋରରୁ ନୀଳଗିରି ଏନଏସି ଅଧିନ କାହାଳିଆ ଗାଁର ଜଣେ ଯୁବକଙ୍କୁ ଋଣ କରିଦେବା କହି ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଗିରଫ କରିଛି ପୁଲିସ।

ସୂଚନାଯୋଗ୍ୟ ଯେ, ନୀଳଗିରିର ବିଭିନ୍ନ ବ୍ୟାଙ୍କ ଓ ସମବାୟ ସମିତିରେ ଏବେ ଦଲାଲଙ୍କ ପ୍ରାଦ୍ୟୁର୍ଭାଵ ବୃଦ୍ଧି ପାଇଛି। ସମସ୍ତ ପ୍ରକାର ଋଣକୁ ସହଜରେ ଜାଲ କାଗଜପତ୍ର ଦେଇ ହିତାଧିକାରୀଙ୍କୁ ଋଣ କରାଇବା ପାଇଁ ଦଲାଲ ମାନେ ମୋଟା ଅଙ୍କରେ ଅର୍ଥ ନେଉଛନ୍ତି। କେହିକେହି ସବସିଡ ଲୋଭରେ ଋଣ ପାଇବା ପାଇଁ ଦଲାଲଙ୍କୁ ଅଗ୍ରୀମ ଟଙ୍କା ଦେଉଛନ୍ତି। ଏହି ଦଲାଲ ଏତେ ସକ୍ରିୟ ଅଛନ୍ତି ଯେ ଖାଲି ନୀଳଗିରି ନୁହଁ ଘଟଗାଁରେ ମଧ୍ୟ ଏଭଳି ତାଙ୍କର କାୟା ବିସ୍ତାର କରିଛନ୍ତି।

ଘଟଗାଁ ଥାନା ଅଧିନ ପଣ୍ଡାପଡା ଅଞ୍ଚଳର ଜଗବନ୍ଧୁ ପଲେଇଙ୍କୁ କୁକୁଡ଼ା ଫାର୍ମ ପାଇଁ ସବସିଡ ଲୋନ କରାଇ ଦେବା ନେଇ ଗତ ୨୧ ସେପ୍ଟେମ୍ବରରେ ନୀଳଗିରି ଏନଏସି ଅଧିନ କାହାଳିଆ ଗ୍ରାମର ପ୍ରଭାକର ଦାସ ଓରଫ ଭାଲୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଆଣିଥିଲେ। ଲୋନ କରାଇ ନପାରିବାରୁ ଜଗବନ୍ଧୁ ତାଙ୍କୁ ଟଙ୍କା ଫେରାଇ ଦେବାକୁ ବାରମ୍ବାର ଫୋନ କରୁଥିଲେ। ପରେ ସେ ଠକାମୀର ଶିକାର ହେବାପରେ ଘଟଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଫୋନ ଟ୍ରାକ ଓ ଅନ୍ୟ ଅଧାରକୁ ଭିତ୍ତିକରି ଘଟଗାଁ ଆଇଆଇସି ପ୍ରତିମା ମଞ୍ଜରୀ ସାହୁ ନୀଳଗିରି ପୋଲିସ ସହାୟତାରେ ଆଜି ଭୋର ପ୍ରଭାକରକୁ ତାର ବାସଭବନରୁ ଗିରଫ କରିଛନ୍ତି।