PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପଦଯାତ୍ରୀଙ୍କୁ ଦୁର୍ଘଟଣାରୁ ବଞ୍ଚାଇବ ଆଖିଯୁକ୍ତ କାର୍, ହ୍ରାସ ପାଇବ ଦୁର୍ଘଟଣା

ନୂଆଦିଲ୍ଲୀ ୨୯/୦୯: ଜାପାନରେ ଏବେ କାର୍‌ରେ ବଡ଼ ବଡ଼ ଗୋଲ୍‌ ଆଖି ଲାଗିବ, ଯାହା ଦ୍ୱାରା ପଦଯାତ୍ରୀ ଦୁର୍ଘଟଣାର ଶିକାର ହେବେ ନାହିଁ । ଏକ ସେଲ୍‌ଫ ଡ୍ରାଇଭିଂ କାର୍‌ରେ ଏହି ପ୍ରୟୋଗ କରାଯାଇଛି । କାର୍‌ରେ ଲାଗିଥିବା ଏହି ଗୋଲାକାର ଆଖି ବାମ-ଡାହାଣକୁ ଘୂରୁଛି, ଫଳରେ ରାସ୍ତାରେ ଯାଉଥିବା ଲୋକେ ଏହାକୁ ଦେଖି ଅଟକିଯିବେ । ଲୋକେ ଯଦି କାର୍‌ ସାମ୍ନାରେ ଯିବାବେଳେ ନ ଅଟକନ୍ତି, ତେବେ କାର୍‌ ନିଜେ ଅଟକିଯିବ ।

ଇଞ୍ଜିନିୟର୍‌ଙ୍କ କହିବା ଅନୁସାରେ, କାର୍‌ ଯଦି ଯିବାବେଳେ ରାସ୍ତାର କୌଣସି ପାଶ୍ୱର୍କୁ ଦେଖୁନାହିଁ, ତେବେ ପାଦଚଲା ଲୋକଙ୍କୁ ଏହା ଚିହ୍ନୁ ନାହିଁ । ଏହାର ଅର୍ଥ କାର୍‌ ଯିବା ସମୟରେ ପଦଯାତ୍ରୀ ରାସ୍ତା ପାରିହେବା ଉଚିତ୍‌ ନୁହେଁ । ଅନ୍ୟଥା କାର୍‌ ଧକ୍କା କରିବାର ଆଶଙ୍କା ରହିଛି । ଉକ୍ତ ଗବେଷଣାର ଅର୍ଥ ହେଉଛି ଯଦି କାର୍‌ ଜାଣିପାରୁଛି ଯେ ସାମ୍ନାରେ କିଏ ଅଛି, ତେବେ ଦୁର୍ଘଟଣା ହ୍ରାସ ପାଇବ । ଦେଖିପାରୁଥିବା ଏହି କାର୍‌ ଦ୍ୱାରା ପଥିକଙ୍କ ଦୁର୍ଘଟଣା ଆଶଙ୍କା ହ୍ରାସ କରାଯାଇପାରେ ବୋଲି ସେମାନେ କହିଛନ୍ତି । ଏହି ଅଧ୍ୟୟନ ଲାଗି ଇଞ୍ଜିନିୟରମାନେ ଗଲ୍‌ଫ ବଗି ଚୟନ କଲେ । ଏହାର ସାମ୍ନାରେ ବାମ-ଡାହାଣ ଘୂରୁଥିବା ଦୁଇଟି ଆଖି ଲଗାଇଲେ । ସେମାନଙ୍କ ହାତରେ ଏହାର ନିୟନ୍ତ୍ରଣ ରହିଥିଲା । କିନ୍ତୁ ଭବିଷ୍ୟତରେ ଆପଣାଛାଏଁ ଚାଲୁଥିବା କାର୍‌କୁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ନିୟନ୍ତ୍ରଣ କରିବ । ଭର୍ଚୁଆଲ ରିୟଲିଟିରେ ଏହି ପରୀକ୍ଷଣ କରାଯାଇଛି ।

ୟୁନିଭର୍ସିଟି ଅଫ୍‌ ଟୋକିଓର ଗବେଷକ ଶିୟା ମିଙ୍ଗ ଚାଙ୍ଗ କହିଛନ୍ତି, ଭବିଷ୍ୟତରେ ଏହି କାର୍ଟୁନ୍‌ ଭଳି ଆଖି କାର୍‌ରେ ଲଗାଯିବ, ଯାହା ମଣିଷକୁ ରାସ୍ତା ପାର୍‌ ହେଉଥିବା ଦେଖି ନିଜେ ଅଟକିଯିବ । ଅଥବା ମଣିଷ କାର୍‌କୁ ଦେଖି ଅଟକିବ । ଫଳରେ ସ୍ୱୟଂଚାଳିତ କାର୍‌ ଦ୍ୱାରା ଦୁର୍ଘଟଣା ହେବ ନାହିଁ । ସମୀକ୍ଷା ଲାଗି ଇଣ୍ଟର୍‌ନ୍ୟାସନାଲ୍‌ କନ୍‌ଫରେନ୍ସ ଅନ୍‌ ଅଟୋମୋଟିଭ୍‌ ୟୁଜର୍‌ ଇଣ୍ଟର୍‌ଫେସ୍‌ ଆଣ୍ଡ ଇଣ୍ଟରାକ୍ଟିଭ୍‌ ଭେହିକୁଲାର ଆପ୍ଲିକେଶନ୍‌ରେ ଅଧ୍ୟୟନ ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧିତ ଖବର