ନୂଆଦିଲ୍ଲୀ –ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣ ପରେ ଆତଙ୍କ ଖେଳି ଯାଇଛି। ଏହି ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ଆଖପାଖରେ ଧାଁ ଦୌଡ଼ ଲାଗି ରହିଥିଲା ଏବଂ ଖୁବ୍ ଦୂରଯାଏ ଲୋକଙ୍କୁ ବିସ୍ଫୋରଣର ଶବ୍ଦ ଶୁଣା ଯାଇଥିଲା। ଏହି ବିସ୍ଫୋରଣରେ ୮ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ଥିବା କୁହାଯାଉଛି। ଏହା ବ୍ୟତୀତ କାର୍ରେ ହୋଇଥିବା ଧମାକା ପରେ ଆଖପାଖରେ ଠିଆ ହୋଇଥିବା ଗାଡ଼ିର ବିଭିନ୍ନ ଅଂଶ ଉଡ଼ି ଯାଇଛି। ଦୁର୍ଘଟଣା ପରେ ପ୍ରତ୍ୟକ୍ଷଦର୍ଶୀ ମାନେ ଏହାର ଛାତିଥରା ଦୃଶ୍ୟକୁ ବଖାଣିଛନ୍ତି।
ଏହାସହ ମଧ୍ୟ ପଢନ୍ତୁ : ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ କାରରେ ବଡ଼ ବିସ୍ଫୋରଣ , ୮ ମୃତ୍ୟୁ ଓ ଅନେକ ଆହତ ସୂଚନା
ଜଣେ ବ୍ୟକ୍ତି କହିଛନ୍ତି ଯେ, ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ, ଆମେ ସମସ୍ତେ ଭୟଭୀତ ହୋଇଗଲୁ। ପୁଣି ଆମେ କିଛି ବାଟ ଆଗକୁ ଯାଇ ଦେଖିଲୁ ତ କାହାର ହାତ ତ ଆଉ କାହାର ଫୁସଫୁସ୍ ପଡ଼ି ଥିଲା।
ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସର୍ବ ପ୍ରଥମେ ସେମାନେ ଫୁସଫୁସ୍ ଦେଖିଲେ ,ଏହାପରେ କିଛି ଦୂରରେ ହାତ ପଡ଼ିଥିବା ଦେଖିଲେ ,ଯାହାକୁ ଦେଖି ସେମାନେ ଭୟଭୀତ ହୋଇଗଲେ। ଡେପୁଟୀ ଚିଫ୍ ଫାୟର ଅଫିସର ଏକେ ମାଲିକ୍ କହିଛନ୍ତି ଆମେ ଖବର ପାଇଲୁ କି, ଚାନ୍ଦନୀ ଚୌକ ମେଟ୍ରୋ ଷ୍ଟେସନ ନିକଟରେ ଏକ କାର୍ରେ ବିସ୍ଫୋରଣ ହୋଇଛି। ଆମେ ତୁରନ୍ତ ୭ଟି ୟୁନିଟ୍କୁ ଘଟଣା ସ୍ଥଳକୁ ପଠାଇ ଦେଲୁ। ସମୟ ସନ୍ଧ୍ୟା ୭ଟା ୨୯ରେ ନିଆଁକୁ ଆୟତ୍ତ କରାଯାଇ ଥିଲା। ଏଥିରେ ଅନେକ ଲୋକଙ୍କ ହତାହତ ହେବାର ଆଶଙ୍କା ରହିଛି। ଆମର ସବୁ ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।