PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା

ମୁମ୍ବାଇ ୩୦/ ୦୬: ମହାରାଷ୍ଟ୍ର ରାଜନୀତି ପୁଣି ଥରେ କଡ ଲେଉଟାଇଛି । ମାତ୍ର ୨୪ ଘଣ୍ଟାରେ ରାଜନୈତିକ ଦୃଶ୍ୟପଟ ପୁରାପୁରି ଭାବେ ବଦଳିଯାଇଛି । ଏକନାଥ ସିନ୍ଦେଙ୍କ ଗୋଟି ଚାଳନା ଆଗରେ ଫେଲ ମାରିଛି ଉଦ୍ଧବ ଠାକରେଙ୍କ ପ୍ଲାନ୍‌ । ଗୁରୁବାର ଫ୍ଳୋର ଟେଷ୍ଟ ହେବା ପୂର୍ବରୁ ହିଁ ଭୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଉଦ୍ଧବ ଠାକରେ । ବୁଧବାର ରାତିରେ ସୋସିଆଲ ମିଡିଆରେ ଲାଇଭ୍‌ ଆସି ସେ ସିଏମ୍‌ ପଦ ଛାଡିଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ଠାକରେ ।

ତେବେ ବଡ କଥା ହେଉଛି ଉଦ୍ଧବ ଠାକରେ ଇସ୍ତଫା ଦେବାପରେ ଏବେ ବିଜେପି ପାଇଁ ସରକାର ଗଠନ କରିବାର ବାଟ ଫିଟିଛି । ବିଜେପିର ଫାୟାରବ୍ରାଣ୍ଡ ଲିଡର ଦେବେନ୍ଦ୍ର ଫଡନବୀସ ସରକାର ଗଠନ ଦିଗରେ ଏବେ ଜୋରସୋରରେ ଲାଗିପଡିଥିବା ଚର୍ଚ୍ଚା ହେଉଛି । ଶିବସେନାରେ ବିଦ୍ରୋହ ବେଳେ ଚୁପଚାପ୍‌ ରହି ମହାନାଟକ ଦେଖୁଥିବା ବିଜେପି, ଉଦ୍ଧବଙ୍କ ଇସ୍ତଫା ପରେ ହଠାତ୍ ଫର୍ମରୁ ଆସିଯାଇଛି । ବୁଧବାର ରାତିରେ ଏକ ହୋଟେଲରେ ପହଞ୍ଚି ଜୋରଦାର ସେଲିବ୍ରେସନ୍‌ ବି ହୋଇଥିଲା ।

ଏବେ ଏକନାଥ ସିନ୍ଦେଙ୍କ ସହ ମେଣ୍ଟ କରି ସରକାର ଗଠନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ବିଜେପି । ଟ୍ବିଟ୍‌ କରି ଫଡନବୀସ କହିଛନ୍ତି, ‘ଗୁରୁବାର ମହାରାଷ୍ଟ୍ର ରାଜନୈତିକ ଘଟଣାକ୍ରମକୁ ନେଇ ଆଗାମୀ ପଦକ୍ଷେପ ବାବଦରେ ସୂଚନା ଦିଆଯିବ’। ଅନ୍ୟପଟେ ଏକନାଥ ସିନ୍ଦେଙ୍କ କ୍ୟାମ୍ପର ବିଧାୟକମାନେ ଗୌହାଟୀରୁ ଗୋଆ ପହଞ୍ଚିଯାଇଛନ୍ତି ।

ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ‘ଆଗାମୀ ପଦକ୍ଷେପ ଦେବେନ୍ଦ୍ର ଫଡନବୀସ ଏବଂ ଏକନାଥ ସିନ୍ଦେ ମିଳିତ ଭାବେ ନେବେ’ । ମହାରାଷ୍ଟ୍ର ବିଜେପିର ସମସ୍ତ ବିଧାୟକଙ୍କୁ ହୋଟେଲରେ ରହିବାକୁ କୁହାଯାଇଛି । ତେବେ ଫଡନବୀସ-ସିନ୍ଦେ ମେଣ୍ଟ ସରକାର ହେବା ନେଇ ଏକ ପ୍ରକାର ସ୍ପଷ୍ଟ ଜଣାପଡୁଥିଲେ ସୁଦ୍ଧା ଘୋଷଣା ଏବେ ବି ବାକି ଅଛି । କାରଣ ସିନ୍ଦେ ଏବଂ ଉଦ୍ଧବ ଠାକରେ ପୁଣି ଏକାଠି ହେବା ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଅସମ୍ଭବ ମନେହେଉଛି । ଅନ୍ୟପଟେ କଂଗ୍ରସ ଏବଂ ଏନସିପି ସହ ମେଣ୍ଟ କରିବାର ପ୍ରଶ୍ନ ମଧ୍ୟ ଉଠୁନାହିଁ । ତେଣୁ ସିନ୍ଦେଙ୍କ ପାଇଁ ଏକମାତ୍ର ବିକଳ୍ପ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିବା । ଗତକାଲି ଫଡନବୀସଙ୍କୁ ମଧ୍ୟ ଭେଟିଛନ୍ତି ଏକନାଥ ସିନ୍ଦେ । ତେଣୁ ସାକ୍ଷାତକାର ପରେ ଏହା ସ୍ପଷ୍ଟ ଜଣାପଡୁଛି ଯେ, ମେଣ୍ଟ ସରକାର ଗଠନ ପାଇଁ ଉଭୟ ନେତା ପ୍ରସ୍ତୁତ ଚଳାଇଛନ୍ତି ।