ପ୍ରମୂଖ ଖବର
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଦିଲ୍ଲୀ ଗଲେ ଫଡ଼ନବିସ୍‌ ଓ ପାଓ୍ବାର, ସିନ୍ଦେଙ୍କୁ ମିଳିବନି ଗୃହ ମନ୍ତ୍ରାଳୟ !

Published By : Tapas Panda | December 11, 2024 4:51 PM

Image Courtesy: abplive

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ନେତାଙ୍କ ଅନୁସାରେ ଡିସେମ୍ବର ୧୪ରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଦିଲ୍ଲୀ ଗସ୍ତ କରିଛନ୍ତି । କିନ୍ତୁ ଶିବସେନା ମୁଖ୍ୟ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ନାହିଁ । 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଫଡ଼ନବିସ୍‌ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୌଜନ୍ୟମୂଳକ ସାକ୍ଷାତ କରିବେ । ଏହି ସମୟରେ ଜଣେ ବିଜେପି ନେତା କହିଛନ୍ତି ଯେ, ଶିବସେନାକୁ ଗୃହ ବିଭାଗ ମିଳିବ ନାହିଁ ଏବଂ ରାଜସ୍ବ ବିଭାଗ ଆବଣ୍ଟିତ ହେବାର କୌଣସି ସୂଚନା ନାହିଁ । ମହାୟୁତିରେ ୩ ଦଳ ଥିବାରୁ ଆଲୋଚନାରେ ବିଳମ୍ବ ହେଉଛି । କିନ୍ତୁ ଡିସେମ୍ବର ୧୪ ଭିତରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । 

ସୂଚନାଯୋଗ୍ୟ, ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବା ବେଳେ ଦେବେନ୍ଦ୍ର ଫଡ଼ନବିସ୍‌ ଉପମୁଖ୍ୟମନ୍ତ୍ରୀ ଥିଲେ ଏବଂ ତାଙ୍କ ପାଖରେ ଗୃହ ମନ୍ତ୍ରାଳୟ ଥିଲା । ଏବେ ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ଏବଂ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି । ଏକନାଥ ସିନ୍ଦେଙ୍କ ଦଳ ଶିବସେନା, ବିଜେପିକୁ ଗୃହ ମନ୍ତ୍ରାଳୟ ମାଗୁଥିବା କୁହାଯାଉଛି ।  

ନାମ ପ୍ରଘଟ ନକରିବା ସର୍ତ୍ତରେ ବିଜେପି ନେତା କହିଛନ୍ତି, ଶିବସେନାକୁ ସହରୀ ବିକାଶ ମନ୍ତ୍ରାଳୟ ମିଳିପାରେ । କିନ୍ତୁ ରାଜସ୍ବ ବିଭାଗ ମିଳିବାର ସମ୍ଭାବନା ନାହିଁ । ବିଜେପିକୁ ୨୧ରୁ ୨୨ ମନ୍ତ୍ରୀ ମିଳିପାରନ୍ତି । ୪ରୁ ୫ଟି ମନ୍ତ୍ରୀ ପଦ ଖାଲି ରଖାଯାଇପାରେ । ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକରୁ ଅଧିକ ୪୩ ମନ୍ତ୍ରୀ ରହିପାରିବେ । ତେବେ ଡିସେମ୍ବର ୫ରେ ଦେବେନ୍ଦ୍ର ଫଡ଼ନାଭିସ୍‌, ସିନ୍ଦେ ଏବଂ ଏନସିପି ନେତା ଅଜିତ ପାଓ୍ବାରଙ୍କ ସହ ଶପଥ ନେଇଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.