PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଡମ୍ପିଂୟାର୍ଡରେ ଭୟାନକ ନିଆଁ

ଭୁବନେଶ୍ୱର/ଚନ୍ଦକା ୨୨ ।୫(ବ୍ୟୁରୋ): ଭୁଆସୁଣୀ ଡମ୍ପିଂୟାର୍ଡରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଡମ୍ପିଂୟାର୍ଡର ୨୦ଏକରରୁ ଅଧିକ ଅଞ୍ଚଳରେ ଗଦା ହୋଇଥିବା ଗଛର ଶୁଖିଲା ଡାଳପତ୍ରର ପାହାଡ଼ ପୋଡ଼ି ପାଉଁଶ ପାଲଟିଛି । ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଥିଲେ ବି ଏହାକୁ ଆୟତ୍ତ କରିବାକୁ ନାକେଦମ୍‌ ହୋଇଛନ୍ତି ।

ସନ୍ଧ୍ୟା ୬ଟାରୁ ଡମ୍ପିଂୟାର୍ଡରେ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା । ଧୀରେ ଧୀରେ ଏହା ବିରାଟ ଅଞ୍ଚଳକୁ ବ୍ୟାପି ଯାଇଥିଲା । ୬୨ଏକରରେ ଥିବା ଡମ୍ପିଂୟାର୍ଡର ୨୦ଏକରରୁ ଅଧିକ ଜାଗାରେ ନିଆଁ ଲାଗିଥିଲା । ସେଠାରେ ପାହାଡ଼ ଭଳି ଗଦା ହୋଇଥିବା ଗଛର ଶୁଖିଲା ଡାଳ, ପତ୍ର ଓ ଅନ୍ୟ ଆବର୍ଜନା ହୁତହୁତ୍‌ ହୋଇ ଜଳିଥିଲା ।

ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ଜଳିବା ପରେ ସ୍ଥାନୀୟ ଲୋକେ ପାଖରେ ଥିବା ଚନ୍ଦକା ଥାନାକୁ ଖବର ଦେଇଥିଲେ । ଥାନାରୁ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚି ତତ୍କାଳ ବିଏମ୍‌ସିକୁ ଖବର ଦେଇଥିଲେ । ଅଗ୍ନିଶମ ଟିମ୍‌କୁ ବି ଖବର ଦିଆଯାଇଥିଲା । ଅଗ୍ନିଶମ ଟିମ୍‌ ସେଠାରେ ପହଞ୍ଚି ନିଆଁ ଲିଭାଇଥିଲେ । କଳ୍ପନା, ଫାୟାର ଷ୍ଟେସନ୍‌ ଓ ଚନ୍ଦ୍ରଶେଖରପୁର ଅଗ୍ନିଶମ କେନ୍ଦ୍ରରୁ ମୋଟ ୧୦ଟି ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚି ପାଣି ପକାଇ ନିଆଁ ଲିଭାଇଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏ ନିଆଁ ଲିଭିନଥିଲା ।

ଡମ୍ପିଂୟାର୍ଡରେ ବଡ଼ଧରଣର ଅଗ୍ନିକାଣ୍ଡ ପରେ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡି଼ଛନ୍ତି । ଅଗ୍ନିକାଣ୍ଡ ପ୍ରଭାବରେ ଡମ୍ପିଂୟାର୍ଡକୁ ଲାଗିଥିବା ଦାରୁଠେଙ୍ଗ ଗାଁକୁ ତତଲା ହାୱା ମାଡ଼ ମାରୁଛି । ଡମ୍ପିଂୟାର୍ଡ ପାଖ ଦାରୁଠେଙ୍ଗ, ଯୁଝଗଡ଼, କୃଷ୍ଣନଗର, ଭାଲୁଙ୍କା ଓ ଭୁଆସୁଣୀ ପଞ୍ଚାୟତରେ ଥିବା ଗାଁ ଗୁଡିକର ଆକାଶରେ ବିଷାକ୍ତ ଧୂଆଁବଳୟ ଘେରିଯାଇଛି । ଆବର୍ଜନାର ପାହାଡ ଜଳୁଥିବାରୁ ଲୋକେ ଅଣନିଶ୍ୱାସୀ ହୋଇଯାଇଛନ୍ତି । ଏହାର କୁପ୍ରଭାବ ଆଶଙ୍କାରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଡମ୍ପିଂୟାର୍ଡକୁ ଚନ୍ଦକା ଜଙ୍ଗଲ ଲାଗିଛି । ବାତ୍ୟା ପ୍ରଭାବରେ ଜଙ୍ଗଲରେ ହଜାର ହଜାର ଗଛ ଭାଙ୍ଗିଛି । ଏହାର ଡାଳ, ପତ୍ର ଶୁଖି ଗଦା ହୋଇଛି । ଯଦି ନିଆଁ ଜଙ୍ଗଲକୁ ବ୍ୟାପିଲା ତା ହେଲେ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।

ବାତ୍ୟା ପରଠାରୁ ୩ ଦିନ ଯାଏ ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକା ବନ୍ଦ ରହିଥିଲା । ୬ ତାରିଖଠାରୁ ଡମ୍ପିଂୟାର୍ଡକୁ ପୁଣି ଅଳିଆ ଗାଡି ଯାଇଥିଲା । ପୂର୍ବରୁ ଦୈନିକ ୬୦ଟି ଟ୍ରକ୍‌ରେ ଶୁଖିଲା ବର୍ଜ୍ୟବସ୍ତୁକୁ ଆଣି ଡମ୍ପିଂୟାର୍ଡରେ ପକାଯାଉଥିଲା । କିନ୍ତୁ ବାତ୍ୟା ପରଠାରୁ ରାଜଧାନୀରେ ଭାଙ୍ଗିଥିବା ଲକ୍ଷାଧିକ ଗଛ ଓ ଏହାର