PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

କଟକ ଜିଲ୍ଲାପାଳଙ୍କ ନାମରେ ଫେକ୍ ହ୍ଵାଟସ୍‌ଆପ୍ ଆକାଉଣ୍ଟ, ସାଇବର ଥାନାରେ ଏତଲା

କଟକ, ୨୭/୦୬ : କଟକ ଜିଲ୍ଲାପାଳଙ୍କ ନାମରେ ଫେକ୍ ହ୍ଵାଟସ୍‌ଆପ୍ ଆକାଉଣ୍ଟ। କଟକ ସାଇବର ଥାନାରେ ଏତଲା ଦେଲେ ଜିଲ୍ଲାପାଳ। ୭୬୯୬୯୧୮୧୫୧ ଏଵଂ ୯୫୨୮୫୪୧୮୨୬ ନମ୍ଵରରେ ଜିଲ୍ଲାପାଳଙ୍କ ନାମରେ ଦୁଇଟି ଆକାଉଣ୍ଟ କରାଯାଇଥିଲା। ଏହି ଦୁଇଟି ଆକାଉଣ୍ଟରେ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଇଛି।

ସୂଚନାନୁଯାୟୀ, କଟକ ଜିଲ୍ଲାପାଳଙ୍କ ନାମରେ ୭୬୯୬୯୧୮୧୫୧ ନମ୍ବର ଜରିଆରେ ଗତକାଲି ଏକ ଜାଲ ହ୍ଵାଟ୍ସଆପ ଆକାଉଣ୍ଟ ସୃଷ୍ଟି କରାଯାଇଥିଲା। ଏହା ମାଧ୍ୟମରେ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଆଜି ମଧ୍ୟ ଅନ୍ୟ ଏକ ହ୍ଵାଟ୍ସଆପ ନମ୍ବର ଯାହାକି ୯୫୨୮୫୪୧୮୨୬ ଜରିଆରେ ଦୁର୍ବୃତ୍ତ ବ୍ୟକ୍ତି ଜଣକ ଆକାଉଣ୍ଟ କ୍ରିଏଟ୍ କରିଥିଲା। ଫଳରେ କଟକ ଜିଲ୍ଲାପାଳ ଏନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି। ଏହି ଜାଲ୍ ଆକାଉଣ୍ଟ ତିଆରି କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କଟକ ଭୁବନେଶ୍ଵର ପୋଲିସ କମିଶନରେଟର ଆୟୁକ୍ତ ଓ ଉପ ଆୟୁକ୍ତଙ୍କୁ କହିଛନ୍ତି।

ଏହି ୨ଟି ହ୍ଵାଟ୍ସଆପ ନମ୍ବର ମାଧ୍ୟମରେ ପ୍ରଦାନ କରାଯାଉଥିବା ତଥ୍ୟକୁ ଗ୍ରହଣ ନକରିବା ସହ ଏହି ନମ୍ବର ଗୁଡିକୁ ନିଜ ମୋବାଇଲରେ ବନ୍ଦ(block)କରିବା ପାଇଁ ସେ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି। ଏଭଳି ଅପରାଧିକ କାର୍ଯ୍ୟକଳାପକୁ ଦୃଢ଼ ପ୍ରତିବାଦ କରିବା ନିମନ୍ତେ ଗଣମାଧ୍ୟମର ପ୍ରତିନିଧିମାନେ ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରି ଉକ୍ତ ସମ୍ବନ୍ଧରେ ଖବର ପରିବେଷଣ କରିବାକୁ ମଧ୍ୟ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।