ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ । ଦଲାଲଙ୍କ ପରେ ମନ୍ଦିର ଭିତରୁ ଧରା ପଡ଼ିଲେ ଫେକ୍ ଆର୍ମି ଅଫିସର । ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । ତେବେ ଏହି ବ୍ୟକ୍ତିଙ୍କୁ କାବୁ କରିଛି ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ଯୁବକ ଜଣକ ହିନ୍ଦୀରେ କଥା ହେଉଥିବା ବେଳେ ରାଜସ୍ଥାନର ହୋଇଥିବା ଜଣାପଡ଼ିଛି । କାନ୍ଧରେ ଅଶୋକ ସ୍ତମ୍ଭ ଥିବା ଆର୍ମି ପୋଷାକ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସିଂହଦ୍ଵାର ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି ।

କହି ରଖୁଛୁ କି, ରବିବାର ସକାଳେ ଜଣେ ଦଲାଲକୁ ଧରିଛନ୍ତି ସେବାୟତ । ଧରାପଡ଼ିଥିବା ଯୁବକ ଜଣକ ହେଲେ ଓମ୍ ପ୍ରକାଶ ପାଣି । ତାଙ୍କ ମାଆ ଜଣେ ହୋମଗାର୍ଡ ହୋଇଥିବାବେଳେ ସେ ଦଲାଲ । ପୁରୀ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବା ବେଳେ ଭିଆଇପି ଦର୍ଶନ ନାଁରେ ଦଲାଲ୍ ମାନେ ଭକ୍ତଙ୍କୁ ଶୋଷଣ କରୁଛନ୍ତି । ଖବର ପ୍ରସାରଣ ପରେ ୧୩ ଜଣ ଗିରଫ ହେଲେଣି । ଆଉ ଏବେ ଫେକ୍ ଆର୍ମି ଅଫିସରଙ୍କୁ ଧରାଯାଇଛି ।

ଏହାସହ ପଢ଼ନ୍ତୁ: Odisha High Court: ହାଇକୋର୍ଟର ଅବକାଶ: ଶୁଣାଣିରେ କିନ୍ତୁ ନଥିଲା ଛୁଟି