ଭୁବନେଶ୍ୱର,୨୦/୦୬: ଏମ୍‌ସ ସ୍ଥିତି ନର୍ସିଂ କଲେଜରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ସର୍ଟସର୍କିଟରୁ କଲେଜର ଉପର ମହଲା ଏକ ରୁମରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ସେଠାରେ କେହି ନଥିଲେ । ରୁମ ଭିତରେ କିଛି କମ୍ପ୍ୟୁଟର ଓ ଅନ୍ୟ କାଗଜପତ୍ର ପୋଡ଼ିଯାଇଛି । ଧୂଆଁ ଦେଖି ଛାତ୍ରଛାତ୍ରୀମାନେ ୱାର୍ଡେନ ଓ ଅଧୀକ୍ଷକଙ୍କୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କଲେଜ ପରିସରରେ ପହଁଞ୍ଚି ନିଆଁ ଲିଭାଇଥିବା ଅତିରିକ୍ତ ଫାୟାର ଅଫିସର ମନୋରଞ୍ଜନ ରାଉତ ସୂଚନା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :-  Jewellery Theft Case: ରଶ୍ମି ଜୁଏଲର୍ସରୁ ୨ କିଲୋ ରୁପା, ସୁନା ଚୋରି ମାମଲା, ସ୍ୱସ୍ତି ଜୁଏଲର୍ସ ମାଲିକଙ୍କ ସମେତ ୪ ଗିରଫ