PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଫେକ ସାର୍ଟିଫିକେଟ ଘଟଣା,ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଟିମ୍

ବଲାଙ୍ଗିର,୦୧/୦୪: ବଲାଙ୍ଗିରରେ ଜାଲ୍ ସାର୍ଟିଫିକେଟ ଘଟଣାରେ ରାଜ୍ୟ ସରକାରଙ୍କ ତରଫରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଶନିବାର ସଂନ୍ଧ୍ୟାରେ ୫ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ବଲାଙ୍ଗିରରେ ପହଞ୍ଚଛନ୍ତି। ବଲାଙ୍ଗିର ଏସପି କାର୍ଯ୍ୟାଳୟରେ ଏସପି ନିତିନ କୁଶଲକରଙ୍କ ସହ ଆଲୋଚନା ଜାରି ରହିଛି। ବଲାଙ୍ଗିର ଜିଲ୍ଲାରେ ଡାକଘରେ ନିଯୁକ୍ତି ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ ବେଳେ ୩୮ ଜଣ ନକଲି ସାର୍ଟିଫିକେଟ ଦେଇଥିବା ନେଇ ପୋଷ୍ଟାଲ ସୁପରିଟେଣଡେଣ୍ଟ ରାଜେନ୍ଦ୍ର କୁମାର ପଟ୍ଟନାୟକ ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କରିଥିଲେ।

ନକଲି ସାର୍ଟିଫିକେଟ ଘଟଣାରେ ରିଲାଏନସ କମ୍ପେକ୍ସ ମାଲିକ ମନୋଜ ମିଶ୍ର ଓ  ସହଯୋଗୀ ଆଲୋକ ଉଦଗାତା ହିଁ ମୁଖ୍ୟ କାର୍ପଟଦାର ଥିଲେ। ଏହି ଦୁଇ ଜଣଙ୍କୁ ଗିରଫ ସହ ମୋଟ ୧୯ ଜଣକୁ ଗିରଫ କରିସାରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ବଲାଙ୍ଗିର ଜିଲ୍ଲା ମିଡିଆ ସେଲ ଭାବେ କାର୍ଯ୍ୟ ମଧ୍ୟ ପୂର୍ବରୁ ତୁଲାଇଛନ୍ତି। ଫଳରେ ବିଜେଡି ହେବିଓ୍ବେଟ ନେତାଙ୍କ ସହ ମନୋଜ ମିଶ୍ରର ସଂର୍ପକ ରହିଛି ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ଏନେଇ ଚଳିତ ବିଧାନସଭାରେ ମଧ୍ୟ ଫେକ୍ ସାର୍ଟିଫିକେଟ ଘଟଣାକୁ ବିରୋଧୀ ରାଜ୍ୟସରକାରଙ୍କୁ ଘେରିଥିଲେ।

ବଲାଙ୍ଗିର ଜିଲ୍ଲାପରେ କନ୍ଧମାଲ,କଲାହାଣ୍ଡି,କୋରାପୁଟ,କେନ୍ଦ୍ରାପଡାରେ ଫେକ୍ ସାର୍ଟିଫିକେଟ ସାମ୍ନାକୁ ଆସିଛି। ଫଳରେ ଫେକ୍ ସାର୍ଟିଫିକେଟର ଚେର ରାଜ୍ୟସାରା ଲମ୍ବିଥିବା ଅଭିଯୋଗ ହୋଇଛି। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରର ରିଲାଏନସ କମ୍ପେକ୍ସରୁ ଭାରତର ପ୍ରାୟ ୪୧ ଟି ବିଶ୍ବବିଦ୍ୟାଳୟର ହଜାର ହଜାର ଫେକ୍ ମାର୍କସିଟ ଓ ସାର୍ଟିଫିକେଟ ଜବତ କରିଥିଲା ବଲାଙ୍ଗିର ପୋଲିସ। ତଦନ୍ତ ପାଇଁ ବଲାଙ୍ଗିର ପୋଲିସ ୪ଟି ଟିମ୍ ମଧ୍ୟ ଗଠନ କରିଥିଲା। ମାତ୍ର ଏହାର ତଦନ୍ତ ଆଜିଠାରୁ କ୍ରାଇମବ୍ରାଞ୍ଚ କରିବା ପାଇଁ ବଲାଙ୍ଗିର ପହଞ୍ଚିଛି କ୍ରାଇମବ୍ରାଞ୍ଚ। ତେବେ ଆଲୋଚନା ପରେ କ୍ରାଇମବ୍ରାଞ୍ଚ ଡ଼ିଏସପି ଡ଼ିଏସ ଚକ୍ରଙ୍କୁ ପଚାରିବାରୁ କେଶ ରେକର୍ଡ ଦେଖିଛୁ ଆସନ୍ତାକାଲି ଠାରୁ ତଦନ୍ତ ଆରମ୍ଭ ହେବ । ସାଇଣ୍ଟିଫିକ ୱେରେ ତଦନ୍ତ ହେବ ବୋଲି କହିଛନ୍ତି ।