ସୁବର୍ଣ୍ଣପୁର,୧୫/୦୪: ସୁବର୍ଣ୍ଣପରରେ ବେଧଡ଼କ ଭାବେ ଚାଲିଛି ନକଲି ନୋଟ କାରବାର। ଗୋଟିଏ କଳା ସ୍କର୍ପିଓ ଗାଡ଼ି ଭିତରୁ ପୁଳା ପୁଳା ନକଲି ନୋଟ୍ ଜବତ କରିଛି ପୁଲିସ। ଗାଡ଼ି ଭିତରେ ଥିବା ଗୋଟିଏ ନାଲି ବ୍ୟାଗରୁ ଲକ୍ଷାଧିକ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି। ତେବେ ଗାଡିରେ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଉଭୟଙ୍କ ପାଖରୁ ଦୁଇଟି ମୋବାଇଲ ଜବତ କରିଛି ପୁଲିସ।

ସୂଚନାଅନୁସାରେ, ସୋନପୁର ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି କଳା ରଙ୍ଗର ସ୍କର୍ପିଓକୁ ଠାବ କରିଥିଲା। ସନ୍ଦେହଜନକ ଗତିବିଧିକୁ ଲକ୍ଷ କରି ସ୍କର୍ପିଓକୁ ଅଟକାଇଥିଲେ ପୁଲିସ। ଗାଡ଼ିକୁ ଯାଞ୍ଚ କରିବା ବେଳେ ତା ଭିତରୁ ଗୋଟିଏ ନାଲି ରଙ୍ଗର ବ୍ୟାଗ୍ ବାହାରିଥିଲା ଏବଂ ସେହି ବ୍ୟାଗରେ ୧୬୯୫ ଟି ୫ ଶହ ଟଙ୍କିଆ ଅର୍ଥାତ୍ ୮ ଲକ୍ଷ ୪୭ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଥିଲା। ଯାଞ୍ଚ କରିବା ସମୟରେ ତାହା ନକଲି ନୋଟ୍ ବୋଲି ଜାଣିବାକୁ ପାଇଥିଲା ପୋଲିସ। ପରେ ପୋଲିସ ବ୍ୟାଗ ଜବତ କରିବା ସହିତ ସମ୍ପୃକ୍ତ ଦୁଇ ଯୁବକଙ୍କୁ ଗିରଫ ମଧ୍ୟ କରିଥିଲା। ଏହି ଘଟଣାରେ ସୋନପୁର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି।