ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଫାଲ୍‌ଗୁନ ଅମାବାସ୍ୟାରେ ଦାନ ଏବଂ ପିତୃ ତର୍ପଣର ମହତ୍ତ୍ୱ, ଜଣାନ୍ତୁ ସମସ୍ତ ଶୁଭ ମୁହୂର୍ତ୍ତ...

Published By : Harapriya Sethi | February 24, 2025 8:03 AM

ହିନ୍ଦୁ ଧର୍ମରେ ପ୍ରତ୍ୟେକ ମାସର ଅମାବାସ୍ୟା ତିଥିର ମହତ୍ତ୍ୱ ଅଧିକ ରହିଛି । ଫାଲ୍‌ଗୁନ ମାସ କୃଷ୍ଣପକ୍ଷର ଅମାବାସ୍ୟା ତିଥିକୁ ବେଶ୍‌ ଅଧିକ ମହତ୍ତ୍ୱ ଦିଆଯାଇଛି । ଏହି ଅମାବାସ୍ୟା ତିଥିକୁ ଫାଲ୍‌ଗୁନୀ ଅମାବାସ୍ୟା ବୋଲି ବିବେଚନା କରାଯାଏ । ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ଚଳିତ ବର୍ଷ ଫେବୃୟାରୀ ମାସ ୨୭ ତାରିଖରେ ଅମାବାସ୍ୟା ପଡ଼ୁଛି । ଏହି ସ୍ନାନ ଏବଂ ଦାନ ଆଦି କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତ ହୋଇଥାଏ । ଫାଲ୍‌ଗୁନୀ ଅମାବାସ୍ୟା ଦିନ ପିତୃ ପୁରୁଷଙ୍କ ଆତ୍ମାକୁ ଶାନ୍ତି ତଥା ମୋକ୍ଷ ଦେବା ପାଇଁ ଶ୍ରାଦ୍ଧ, ପିତୃ ତର୍ପଣ ଏବଂ ପିଣ୍ଡଦାନ ଇତ୍ୟାଦି କରାଯାଇଥାଏ । ଏହି ଦିନ ସ୍ନାନ ଏବଂ ଦାନ ଇତ୍ୟାଦି କରିବାର ଶୁଭ ମୁହୂର୍ତ୍ତ ବିଷୟରେ ଆସନ୍ତୁ ଜାଣିବା । 

ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ଫାଲ୍‌ଗୁନ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିର ଶୁଭାରମ୍ଭ ଫେବୃୟାରୀ ୨୭ ତାରିଖ ଦିନ ସକାଳ ୮ଟା ୫୪ ମିନିଟରୁ ଆରମ୍ଭ କରି ଏହାର ପରଦିନ ଅର୍ଥାତ ଫେବୃୟାରୀ ୨୮ ତାରିଖ ସକାଳ ୬ଟା ୧୪ ମିନିଟରେ ସମାପ୍ତ ହେବ । ତେଣୁ   ଫେବୃୟାରୀ ୨୭ ତାରିଖ (ଗୁରୁବାର) ଦିନ ହିଁ ଫାଲ୍‌ଗୁନ ଅମାବାସ୍ୟା ପାଳନ କରାଯିବ । ଏହି ଦିନ ଶିଦ୍ଧ ଯୋଗ ହେଉଥିବାରୁ ଧର୍ମ କର୍ମ ଇତ୍ୟାଦି କାର୍ଯ୍ୟ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । 

ଫାଲ୍‌ଗୁନ ଅମାବାସ୍ୟାରେ ସ୍ନାନ ଏବଂ ଦାନର ଶୁଭ ମୁହୂର୍ତ୍ତ-

ଫାଲ୍‌ଗୁନ ଅମାବାସ୍ୟା ଦିନ ସ୍ନାନ ଏବଂ ଦାନ ଇତ୍ୟାଦି କରିବା ପାଇଁ ବ୍ରହ୍ମ ମୁହୂର୍ତ୍ତକୁ ହିଁ ସର୍ବୋତ୍ତମ ସମୟ ବୋଲି ବିବେଚନା କରାଯାଇଥାଏ । ଏଦି ଦିନ ସକାଳ ୫ଟା ୦୮ ମିନିଟରୁ ୫ଟା ୫୮ ମିନିଟ ଯାଏଁ ବ୍ରହ୍ମ ମୁହୂର୍ତ୍ତର ସମୟ ରହିବ । ଏହି ସମୟ ଅବଧି ମଧ୍ୟରେ ଆପଣ ସ୍ନାନ ଦାନ ଇତ୍ୟାଦି କରିପାରିବେ । ସେହି ଦିନ ପୂର୍ବାହ୍ନ ୧୧ଟା ୧୧ ମିନିଟରୁ ଆରମ୍ଭ କରି ୧୨ ଟା ୫୭ ମିନିଟ ପର୍ଯ୍ୟନ୍ତ ମଧ୍ୟ ବ୍ରହ୍ମ ମୁହୂର୍ତ୍ତର ସମୟ ରହିବ । ଏହି ଦିନ ଅପରାହ୍ନ ୨ଟା ୨୯ ମିନିଟରୁ ଆରମ୍ଭ କରି ୩ଟା ୧୫ ମିନିଟ ପର୍ଯ୍ୟନ୍ତ ବିଜୟ ମୁହୂର୍ତ୍ତର ସମୟ ରହିବ ।  

 

  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.