ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ପାକ୍‌ ସୀମାନ୍ତ ଗାଁର ନିଜସ୍ୱ ସୁରକ୍ଷା କବଚ; ରହିଛି ସିସିଟିଭି, ସାଇରନ୍‌, ଲାଉଡ୍‌ସ୍ପିକର ବ୍ୟବସ୍ଥା

Published By : Prameya | May 19, 2025 2:30 PM

ନୂଆଦିଲ୍ଲୀ ୧୯/୦୫: ଗୁଜରାଟ ଜାମନଗର ଜିଲ୍ଲାର ଫଲ୍ଲା ଗାଁ ଏବେ ଚର୍ଚ୍ଚାରେ। ପାକିସ୍ତାନର ସାମୁଦ୍ରିକ ସୀମା ନିକଟରେ ଥିବା ଏହି ଗାଁର ଜନସଂଖ୍ୟା ହେଉଛି ପ୍ରାୟ ୬୦୦୦। ଶତ୍ରୁ ଦେଶର  ନିକଟରେ ସମ୍ବେଦନଶୀଳ ସ୍ଥାନରେ ଥିବାରୁ ଗାଁଟି ନିଜସ୍ୱ ସୁରକ୍ଷା ଭିତ୍ତିଭୂମି ବିକଶିତ କରିଛି । ସେଥିମଧ୍ୟରେ  ସିସିଟିଭି କ୍ୟାମେରା, ଜରୁରିକାଳୀନ ସାଇରନ୍‌, ଲାଉଡ୍‌ସ୍ପିକର ଓ ୱାକିଟକି  ଲଗାଇବା ଭଳି ବ୍ୟବସ୍ଥା ସାମିଲ । ଏହି ଅତ୍ୟାଧୁନିକ  ଉପକରଣ ଗାଁକୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିଛି । 

ଏହାର ସମସ୍ତ ଶ୍ରେୟ  ସେଠାକାର ବାସିନ୍ଦାମାନଙ୍କୁ  ଯାଇଥାଏ । ଗ୍ରାମବାସୀ ମିଳିମିଶି  ଗାଁକୁ ଜଗିଥାନ୍ତି । ରାତି ସମୟରେ  ପାଟ୍ରୋଲିଂ କରିଥାନ୍ତି । କୌଣସି  ପ୍ରକାର ବିପଦପୂର୍ଣ୍ଣ ସ୍ଥିତିର  ମୁକାବିଲା ଲାଗି ସେଠାରେ ସମୟ ସମୟରେ  ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ  ହୋଇଥାଏ ।  

ଗାଁରେ ପ୍ରାୟ ୨୦ଟି ସିସିଟିଭି କ୍ୟାମେରା, ୩ଟି  ଜରୁରିକାଳୀନ ସାଇରନ୍‌, ଲାଉଡ୍‌ସ୍ପିକର ଓ ୬ଟି  ୱାକିଟକି ଲାଗିଛି । ଗ୍ରାମବାସୀଙ୍କ ମଧ୍ୟରୁ ପାଳିକରି  କିଛି ୱାକିଟକିର ଅପରେସନ୍‌ ସମ୍ଭାଳିଥାନ୍ତି । ଅନ୍ୟ  କେଇଜଣ ସାଇରନ୍‌ ଓ ଲାଉଡ୍‌ସ୍ପିକରରେ ଘୋଷଣାର  ଦାୟିତ୍ୱ ନେଇଥାନ୍ତି । ନିକଟରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା  ସମୟରେ ଏହି ଗାଁକୁ ବ୍ଲାକଆଉଟ୍‌ କରାଯାଇଥିଲା । ସେତେବେଳେ ଗାଁ ଲୋକେ ମିଶି ଲକ୍ଷେ ଟଙ୍କା ଯୋଗାଡ଼  କରିଥିଲେ । ସେହି ଟଙ୍କାରେ ଇନ୍‌ଭର୍ଟର ଓ ଅତିରିକ୍ତ  ଲାଉଡ୍‌ସ୍ପିକର କିଣାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.