PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

ନୀଳଗିରି,୧୮/୩: ବରହମପୁର ଥାନା ଅନ୍ତର୍ଗତ ଗରଡ଼ିହି ଗାଁର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ପରକ୍ରିୟା ପ୍ରୀତିକୁ ନେଇ ହତ୍ୟା କରାଯାଇଛି ବୋଲି ମହିଳାଙ୍କ ବାପାଘର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣକ ହେଲେ ସବିତା ମଣ୍ଡଳା।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ପ୍ରଶାନ୍ତ ମଣ୍ଡଳଙ୍କ ଝିଅ ସବିତା ମଣ୍ଡଳଙ୍କୁ ବରହମପୁର ଥାନା ଅନ୍ତର୍ଗତ ଗରଡ଼ିହି ଗାଁର ମୁରଲୀଧର ବେହେରାଙ୍କ ପୁଅ ଦୀପ୍ତି କିଶୋର ୨୦୧୮ ବିବାହ କରିଥଲେ। ହେଲେ ବାହାଘରର କିଛିମାସ ପରେ ଦୀପ୍ତିଙ୍କ ବାପା ମା ସମେତ ପରିବାର ଲୋକେ ଅଧିକ ଯୌତୁକ ଦାବିକରି ପିଟାମରା କରିଆସୁଥିବା ଅଭିଯୋଗ ହୋଇଛି। ସବିତାଙ୍କ ଘର ଲୋକେ ଏହା ଜାଣିବା ପରେ ବହୁବାର ବୁଝାସୁଝା କରିଥିଲେ।ହେଲେ କୌଣସି ସୁଫଳ ନମିଳିବାରୁ ୨୦୨୦ ମସିହାରେ ବରହମପୁର ଥାନାରେ ଉଭୟଙ୍କ ମଧ୍ୟରେ ଥାନାରେ ବୁଝାମଣା ହୋଇଥିଲା।

ପରେ ଦୀପ୍ତିଙ୍କ ସହ ଅନ୍ୟଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯାହାକୁ ବିରୋଧ କରୁଥିଲେ ସବିତା। ବହୁବାର ସବିତା ଓ ଦୀପ୍ତିଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଶୁକ୍ରବାର ଦୀପ୍ତିଙ୍କ ପ୍ରେମିକା ତାଙ୍କ ଘରକୁ ଆସିବା ଫଳରେ  ପାଟିତୁଣ୍ଡ ହୋଇଥିଲା।ପରେ ଏହା ଉଗ୍ରରୂପ ନେଇଥିଲା।ସବିତାଙ୍କୁ ମାଡ଼ପିଟ ପରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଝିଅ ବିଷ ଖାଇ ଦେଇଛି ବୋଲି ଦିପ୍ତି ଫୋନରେ କହିବା ସହ ବାଲେଶ୍ଵର ହସ୍ପଟାଲରେ ଭର୍ତି ଅଛି ବୋଲି କହିଥିଲେ। ଝିଅ ମୃତଦେହ ଦେଖି  ବରହମପୁର ଥାନାରେ ସବିତା ବାପଘର ଲୋକେ ଲିଖିତ ଅଭିଯୋଗ କରିଥିଲେ।