ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; ପାହାନ୍ତି ପ୍ରହରରେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

Published By : Harapriya Sethi | June 30, 2025 9:00 AM

ଦିଗପହଣ୍ଡି, ୩୦/୦୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନ ଅନ୍ତର୍ଗତ ଭୀଷ୍ମଗିରି ଉଷାକୋଟି ସାହିରେ ହତ୍ୟାକାଣ୍ଡ । ସୋମବାର ପାହାନ୍ତିଆ ତଥା ଭୋର ୪ଟାରେ ଘଟିଛି ଏଭଳି ଘଟଣା ଘଟିଛି । ଶୋଇଥିବା ସମୟରେ ଭାଇ ଭଉଣୀ ମିଶି ସଂପୃକ୍ତ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ମୃତକ ହେଲେ ବି.ରାମଚନ୍ଦ୍ର(୨୯ ବର୍ଷ) । ମୁଖ୍ୟ ଅଭିଯୁକ୍ତ କେ. ସନ୍ତୋଷ ଓ ତାଙ୍କ ଭଉଣୀ ସଙ୍ଗବଦ୍ଧ ଭାବେ ହତ୍ୟା କରିଥିବା ଜଣାପଡିଛି । 

ସୂଚନା ମୁତାବକ, ବି.ରାମଚନ୍ଦ୍ର ଏବଂ କେ. ସନ୍ତୋଷଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ଏଣୁ ବିଭିନ୍ନ ସମୟରେ ଉଭୟ ମଦ ପିଇ ଗଣ୍ଡଗୋଳ କରୁଥିଲେ। ରବିବାର ବି. ରାମଚନ୍ଦ୍ର ପରିବାର ଠାକୁର ପୂଜା କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ ଉଭୟ ପରିବାରରେ ଦିନ ତମାମ ଗଣ୍ଡଗୋଳ ଲାଗି ରହିଥିଲା। ରବିବାର ରାତ୍ରିରେ ବି. ରାମଚନ୍ଦ୍ର ତାଙ୍କ ବଡ଼ବାପାଙ୍କ ପିଣ୍ଡାରେ ଶୋଇଥିବା ସମୟରେ କେ. ସନ୍ତୋଷ ଓ ତାଙ୍କ ଭଉଣୀ ମିଶି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି । ଖବର ପାଇ ଦିଗପହଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ମୁଖ୍ୟ ଅଭିଯୁକ୍ତ କେ. ସନ୍ତୋଷକୁ ଧରିଥିବା ବେଳେ ତାଙ୍କ ଭଉଣୀ ଫେରାର ଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.