ନୂଆଦିଲ୍ଲୀ, ୧୨/୦୧ : ପ୍ରବଳ ଥଣ୍ଡାରୁ ରକ୍ଷା ପାଇବାକୁ ରୁମ୍ ହିଟର ବ୍ୟବହାର କରୁ ନାହାଁନ୍ତି ତ ? ତାହେଲେ ସାବଧାନ୍। ଜୀବନ ନେଲା ରୁମ୍ ହିଟର୍। ଜୀଅନ୍ତା ଜଳିଗଲା ପୁରା ପରିବାର। ରାଜଧାନୀରେ ଛାତିଥରା ଘଟଣା। ଦିଲ୍ଲୀ ମେଟ୍ରୋ ରେଲ୍ କରପୋରେସନ ଷ୍ଟାଫ୍ କ୍ଵାର୍ଟରରେ ଭୟଙ୍କର ବିସ୍ଫୋରଣ। ଜଳିଗଲେ ବାପା-ମା' ଓ ଝିଅ। ରବିବାର ବିଳମ୍ଵିତ ରାତି ପ୍ରାୟ ୨ଟାରେ ଏହି ଅଘଟଣ ଘଟିଛି। ପାଖ ପଡୋଶୀଙ୍କ ଠାରୁ ଖଵର ପାଇ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି। 

ସୂଚନାନୁଯାୟୀ, DMRCରେ କାର୍ଯ୍ୟରତ ଥିବା ଜଣେ ଇଞ୍ଜିନିୟରଙ୍କ କ୍ଵାର୍ଟରରେ ଭୟଙ୍କର ବିସ୍ଫୋରଣ ହୋଇଛି। ରାତିରେ ଇଞ୍ଜିନିୟରଙ୍କ ପରିବାର ଶୋଇଥିବା ବେଳେ ରୁମ୍ ହିଟରରୁ ସର୍ଟ ସର୍କିଟ୍ ଯୋଗୁଁ ବ୍ଲାଷ୍ଟ ହୋଇଥିଲା। ଫଳରେ ଇଞ୍ଜିନିୟର, ତାଙ୍କ ପତ୍ନୀ ଓ ଝିଅ ଜୀଅନ୍ତା ଜଳି ଯାଇଥିଲେ। ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଛି। ବିସ୍ଫୋରଣ ଶବ୍ଦ ଶୁଣି ପାଖ ପଡୋଶୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘର ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। 

ରୁମ୍ ହିଟର ବ୍ଲାଷ୍ଟ ହେବାର ୫ ବଡ଼ କାରଣ-
୧- ସର୍ଟ ସର୍କିଟ୍ : ରୁମ୍ ହିଟର ଚଲାଇବା ପାଇଁ ୱାୟାର ଟେପ୍ ର ବ୍ୟବହାର କରାଯାଉଛି। ଉକ୍ତ ୱାୟାରରେ ଅଧିକ ସମୟ ଯାଏଁ ରୁମ୍ ହିଟର ଚଲାଇବା ଯୋଗୁଁ ତାହା ଗରମ ହୋଇ ଜଳି ଯାଏ। ଦେଖୁ ଦେଖୁ ନିଆଁ ଘର ସାରା ବ୍ୟାପୀଯାଏ। 

୨- ରୁମ୍ ହିଟର୍ ଗରମ ହୋଇଗଲେ : ଅଧିକ ସମୟ ଯାଏଁ ରୁମ୍ ହିଟର ଲଗାଇଲେ ଏହା ଓଭୋର୍ ହିଟ୍ ହୋଇଯାଏ। ଏହି କାରଣରୁ ରୁମ୍ ହିଟର୍ ବ୍ଲାଷ୍ଟ ହୋଇଯାଏ। 

୩- ରୁମ୍ ହିଟରରେ ଭେଣ୍ଟିଲେସନ ବ୍ଲକ୍ ହେବା : ରୁମ୍ ହିଟର୍ ପାଇଁ ଭେଟିଲେସନ୍ ପାଇଁ ସ୍ପେସ୍ ଥାଏ। ନିବୁଜ ରୁମ୍ ରେ ରୁମ୍ ହିଟର ଲଗାଇଲେ ବ୍ଲାଷ୍ଟ ହୋଇଥାଏ।

୪- ଜ୍ବଳନଶୀଳ ଜିନିଷ ପାଖରେ ରୁମ୍ ହିଟର ରଖିଲେ : ପରଦା, କମ୍ବଳ, ଗଦି, କପଡା, କାଠ କିମ୍ଵା ଫର୍ଣ୍ଣିଚର ପାକରେ ରୁମ୍ ହିଟର ରଖିଲେ ସେଥିରେ ନିଆଁ ଧରିଦିଏ। 

୫- ଶୋଇବା ସମୟରେ ହିଟର ଲଗାଇ ଶୋଇଲେ : ଶୋଇବା ସମୟରେ ରୁମ୍ ହିଟର ଲଗାଇଲେ ପ୍ରାୟ ଲୋକ ବନ୍ଦ କରିବାକୁ ଭୁଲି ଯାଆନ୍ତି। ଯାହାଫଳରେ ଏହା ଅତ୍ୟଧିକ ଉତପ୍ତ ହୋଇ ବ୍ଲାଷ୍ଟ ହୋଇଯାଏ।

ନିଆଁରୁ ବର୍ତ୍ତିବା ପାଇଁ କଣ କରିବେ ?

-ଜ୍ବଳନଶୀଳ ଜିନିଷ ଠାରୁ ୩ ଫୁଟ ଦୂରରେ ରଖିବେ।
-ନିଆଁକୁ ରୋକିବା ପାଇଁ ରୁମ୍ ହିଟରଗୁଡ଼ିକୁ ସିଧାସଳଖ ୱାଲ୍ ସର୍କେଟ୍ ସହିତ ଲଗାନ୍ତୁ।
-ଶୋଇବା ପୂର୍ବରୁ ରୁମ୍ ହିଟରକୁ ବନ୍ଦ କରନ୍ତୁ।
-କିଣିବା ସମୟରେ ଆଇଏସଆଇ ମାର୍କ ଓ ଅଟୋ କଟ୍-ଅପ୍ ଫିଚର ଦେଖି କିଣନ୍ତୁ।