ନୂଆଦିଲ୍ଲୀ: ବଡ଼ ବଡ଼ ଛକା ମାରି ବୋଲରଙ୍କୁ ଧରାଶାୟୀ କରୁଥିବା ହିଟମ୍ୟାନ୍ ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସର୍ବଦା ବେଶ ଚର୍ଚ୍ଚାରେ ରହିଥାନ୍ତି । ବେଶ ହସ ମଜା କରୁଥିବା ରୋହିତଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ୟୁଜର୍ସମାନେ ମଜାଳିଆ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଏହାସହ ଏହି ଭିଡିଓକୁ ବେଶ ସେୟାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓରେ ଦେଖାଯାଇଛି କି, ଜଣେ ଫ୍ୟାନ୍ସ ସେଲଫି ନେବାକୁ ରୋହିତଙ୍କ ପାଖକୁ ଧାଇ ଆସିଥିଲେ । ଟିମ ବସରେ ରୋହିତ ବାହାରିବା ସମୟର ଏହି ଭିଡିଓ । ତେବେ ଫ୍ୟାନ୍ସ ଜଣକ ଏତେ ଉତ୍ସାହିତ ଥିଲେ କି, ସେ ରୋହିତଙ୍କ ସହ ସେଲଫି ନେବାକୁ କହିଥିଲେ ଆଉ ଉଦାରତା ଦେଖାଇ ରୋହିତ ମଧ୍ୟ ରହିଥିଲେ । ମାତ୍ର ଠିକ୍ ଫୋନ କାଢ଼ି ସେଲଫି ନେବା ସମୟରେ ଫ୍ୟାନଙ୍କ ଫୋନ୍ ବନ୍ଦ ହୋଇଗଲା । ସଙ୍ଗେ ସଙ୍ଗେ ରୋହିତ ବସକୁ ଚାଲିଯାଉଥଲେ । ପରେ ଫ୍ୟାନ୍ସ ଅନୁରୋଧ କରିବା ପରେ ଆଉ ଏକ ଫୋନରେ ସେଲଫି ନେଇଥିଲେ । ଆଉ ସେହି ସମୟରେ ରୋହିତଙ୍କ ରିଆକ୍ସନ ବେଶ ଭାଇରାଲ ହେବାରେ ଲାଗିଛି ।

ସେପଟେ ଆମେ ଯଦି ରୋହିତଙ୍କ ସମ୍ପର୍କରେ କହିବା ତାହେଲେ ଚଳିତ ସିଜିନରେ ସେ ଦମଦାର ପ୍ରଦର୍ଶନ କରିଛନ୍ତି । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ ମୂଲ୍ୟବାନ ୮୪ ରନର ପାଳି ଖେଳିବା ସହ ଦଳକୁ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ରୋହିତଙ୍କ ଉପରେ ଦଳ ବଡ଼ ପାଳି ଖେଳିବେ ବୋଲି ଆଶା ରଖିବ । ତେବେ ରୋହିତ ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ଅଧିନାୟକ ଭାବେ ଦାୟିତ୍ବ ତୁଲାଇପାରନ୍ତି ବୋଲି କୁହାଯାଉଛି । ତେବେ ଏନେଇ କୌଣସି ଅଫିସିଆଲ ପ୍ରତିକ୍ରିୟା ମିଳିନାହିଁ ।

ଏହାସହ ପଢ଼ନ୍ତୁ : ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବାପରେ ବର୍ଷିଲେ ପ୍ରକାଶ ରାଜ୍, ପୁରୁଣା ଭିଡିଓ ସେୟାର କରି କହିଲେ...