ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ସେ ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ପରେ ଶୁଭେନ୍ଦୁଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । କିନ୍ତୁ ଏହାରି ଭିତରେ ବର୍ଷିଛନ୍ତି ଜଣାଶୁଣା ଅଭିନେତା ତଥା ରାଜନେତା ପ୍ରକାଶ ରାଜ । ସେ ବିଜେପି ଉପରେ ବର୍ଷିବା ସହ ମୋଦୀ ଏବଂ ଶୁଭେନ୍ଦୁଙ୍କ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି ।
इस व्यक्ति ने पूरे देश को मूर्ख बना दिया है
— Atul Londhe Patil (INDIA Ka Parivar)🇮🇳 (@atullondhe) May 8, 2026
भाषण लच्छेदार ,कार्य दागदार
जिस सुवेंदु अधिकारी को 2016 में कोश रहे थे
कैमरे पर भ्रष्टाचार के लिए
अब उसी को मुख्यमंत्री बनाने जा रहे है
नमो नमो 🥱 pic.twitter.com/Id6dpurDv5
ପ୍ରକାଶ ରାଜ ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି । ଯାହା ୧୦ ବର୍ଷ ପୁରୁଣା ରହିଛି । ଏହି ଭଡିଓରେ ୨ଟି ଭିଡିଓର ମିଶ୍ରଣ ରହିଛି । ଗୋଟିଏ ପଟରେ ଏକ ଖବରକାଗଜରେ ଟଙ୍କା ରଖି ଲାଞ୍ଚ ନେଉଛନ୍ତି ଶୁଭେନ୍ଦୁ ଅଧିକାରୀ । ଏହି ଭିଡିଓଟି ସେ ଟିଏମସିରେ ଥିବା ସମୟର । ଲାଞ୍ଚ ନେବାର ଭିଡିଓ ବେଶ ଭାଇରାଲ ହୋଇଥିଲା । ଆଉ ସେ ସମୟରେ ମୋଦୀ ତାଙ୍କୁ ସମାଲୋଚନା କରିଥିଲେ । ଉଭୟଙ୍କ ଭିଡିଓ ମିଶାଇ ସେୟାର କରିଛନ୍ତି । ଆଉ ଲେଖିଛନ୍ତି କି, ବିଜେପିରେ ମିଶିବା ପରେ ଓ୍ବାଶିଂ ମେସିନରେ ପଡ଼ିଗଲେ । ଆଉ ସଫା ହୋଇଗଲେ ।
Wow Wow Wowww …. what a crowd 😜😜😜 #justasking https://t.co/dKBt49LUcb
— Prakash Raj (@prakashraaj) May 9, 2026
କାରଣ ଶୁଭେନ୍ଦୁଙ୍କ ସେହି ଭିଡିଓ ଭାଇରାଲ ହେବା ପରେ ମୋଦୀ ତାଙ୍କୁ ଦୁର୍ନୀତିଗ୍ରସ୍ତ କହି ସମାଲୋଚନା କରିଥିଲେ। କିନ୍ତୁ ପରେ ସେ ବିଜେପିରେ ସାମିଲ ହୋଇ ବଙ୍ଗର ବିଜେପି ମଙ୍ଗ ଧରିଥିଲେ । ଏହାସ ପ୍ରକାଶ ରାଜ ଆଉ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ମୋଦୀଙ୍କ କଟଆଉଟ୍ ଲାଗିଛି । ଆଉ ଏଥିରେ ସେ କ୍ୟାପସନରେ ଓ୍ବା ଓ୍ବା ଲେଖିଛନ୍ତି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହାସହ ପଢ଼ନ୍ତୁ : ହରିୟାଣାରୁ ବଙ୍ଗ: ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏହି ୯ ରାଜ୍ୟରେ ଆସିଲା ସରକାର