PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଷ୍ଟୋକସଙ୍କୁ ସଚିନ ମ୍ୟାନ୍ ଅଫ୍ ଦ ମ୍ୟାଚ ଦେବା ଫଟୋରେ ଆଇସିସି କଲା ଏଭଳି ଟ୍ବିଟ,ଭାରତୀୟ ପ୍ରଶଂସକ ଦେଲେ କଡ଼ା ଜବାବ୍

ନୂଆଦିଲ୍ଲୀ,୧୫।୭: ଆଇସିସି ବିଶ୍ବକପ ୨୦୧୯ର ସମାପନ ହୋଇସାରିଛି। ଲଣ୍ଡନର ଲର୍ଡସରେ ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚ ସୁପର ଓଭର ପର୍ଯ୍ୟନ୍ତ ଟଣାଯାଇ ନ୍ୟୁଜିଲାଣ୍ଡକୁ ରନରଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ମ୍ୟାଚ ସୁପର ଓଭରେ ମଧ୍ୟ ଟାଇ ହୋଇଥଲା, ଏହାପରେ ଅଧିକ ବାଉଣ୍ଡ୍ରି ଆଧାରରେ ଇଂଲଣ୍ଡ ଟିମକୁ ବିଶ୍ବକପ ବିଜେତା ଘୋଷଣା କରାଯାଇଛି। ମ୍ୟାନ ଅଫ୍ ଦ ମ୍ୟାଚ ଭାବରେ ବେନ୍ ଷ୍ଟୋକସଙ୍କୁ ଚୟନ କରାଯାଇଥିଲା। ଏହାର ଟ୍ରଫି ଭାରତର ପୂର୍ବତନ କ୍ରିକେଟର ତଥା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେଇଥିଲେ। ଏହାପରେ କ୍ରିକେଟ ଓ୍ବାର୍ଲ୍ଡକପର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରୁ ଏନେଇ ଏକ ଟ୍ବିଟ କରାଯାଇଥିଲା, ଯାହା ଉପରେ ଏବେ ଜାରି ରହିଛି ବିବାଦ।

ଆଇସିସିର ଟ୍ବିଟର ହ୍ୟାଣ୍ଡେଲରୁ ମଧ୍ୟ ଏହାକୁ ରିଟ୍ବିଟ୍ କରାଯାଇଛି। କ୍ରିକେଟ ବିଶ୍ବକପର ଏକ ଫଟୋ ସେୟାର କରାଯାଇଛି, ଯେଉଁଥିରେ ସଚିନ ଷ୍ଟୋକସଙ୍କୁ  ପୁରସ୍କାର ଦେଉଛନ୍ତି । ଏହି ଫଟୋର କ୍ୟାପସନରେ ଲେଖାଯାଇଛି  ‘ସର୍ବକାଳୀନ ମହାନ କ୍ରିକେଟର ଓ ସଚିନ ତେନ୍ଦୁଲକର’ ଏହି ଟ୍ବିଟକୁ ଦେଖି ଏଭଳି ଲାଗୁଛି ଯେ, ଷ୍ଟୋକସଙ୍କୁ ସର୍ବକାଳୀନ ମହାନ କ୍ରିକେଟର କୁହାଯାଇଛି। ଭାରତୀୟ ପ୍ରଶଂସକମାନେ ଆଇସିସିକୁ କଡା ସମାଲୋଚନା କରିଛନ୍ତି, ଅନ୍ୟପକ୍ଷେ ପାକିସ୍ତାନୀ ଫ୍ୟାନମାନେ ସଚିନ ତେନ୍ଦୁଲକରଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି।

ଉଲ୍ଲେଖନୀୟ ଯେ, ଷ୍ଟୋକସ୍ ଫାଇନାଲ ମ୍ୟାଚରେ ନଟଆଉଟ୍ ୮୪ ରନ୍ କରିଥିଲେ ଓ ସୁପର ଓଭରରେ ୮ରନ୍ କରିଥିଲେ। ଏଭଳି ଭାବରେ ସେ ସମ୍ପୂର୍ଣ୍ଣ ମ୍ୟାଚରେ ୯୨ ରନ୍ କରିଥିଲେ। ତେବେ ଆସନ୍ତୁ ଦେଖିବା ଆଇସିସିର ପୋଷ୍ଟ ଉପରେ ପ୍ରଶଂସକଙ୍କ କିଭଳି କମେଣ୍ଟ ଆସିଛି।