ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ମାହିକା ଶର୍ମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଫ୍ୟାନ୍ସଙ୍କ ଉପରେ ରାଗି ଯାଉଥିବା ନଜର ଆସୁଛନ୍ତି । ଯେଉଁଥିରେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡିଓରେ ହାର୍ଦ୍ଦିକଙ୍କ ପୁଅ ଅଗସ୍ତ୍ୟ ମଧ୍ୟ ରହିଛନ୍ତି । ଯେଉଁ କାରଣରୁ ଏଭଳି ହୋଇଥିବା ଜଣାପଡ଼ିଛି ।
Hardik Pandya’s girlfriend Mahaika Sharma is taking care of Hardik’s son just like a real mother after the match. When the media flashes were hitting the child’s eyes, she asked them to stop the flash and said, “No light please,” while protecting his eyes.🫡 pic.twitter.com/NDzY0OYmsU
— 𝐑𝐮𝐬𝐡𝐢𝐢𝐢⁴⁵ (@rushiii_12) March 29, 2026
କେକେଆର ବିପକ୍ଷ ମ୍ୟାଚ ସମୟରେ ମାହିକା-ଅଗସ୍ତ୍ୟଙ୍କ ସହ ଷ୍ଟାଡିୟମରେ ନଜର ଆସିଥିଲେ । ମ୍ୟାଚ୍ ଦେଖି ଫେରିଥିବାବେଳେ ଫ୍ୟାନ୍ସମାନେ ପୁଅ ଅଗସ୍ତ୍ୟଙ୍କ ଫଟୋ ଉଠାଉଥିଲେ । ଯେଉଁ କାରଣରୁ ଫ୍ୟାନ୍ସଙ୍କ ଉପରେ ରାଗି ଯାଇଥିବା ଦେଖିବାକୁ ମିଳିଥିଲେ ମାହିକା । ଏହାସହ ଫଟୋ ନଉଠାଇବାକୁ ମଧ୍ୟ କହିଥିଲେ । ଫ୍ଲାସ ଅଗସ୍ତ୍ୟଙ୍କ ଆଖିରେ ପଡ଼ୁଥିବାବେଳେ କ୍ୟାମେରାମ୍ୟାନଙ୍କୁ ବାରଣ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେପଟେ ଟି-୨୦ ବିଶ୍ବକପ ସମୟରେ ମଧ୍ୟ ଅଗସ୍ତ୍ୟଙ୍କ ସହ ମ୍ୟାଚ୍ ଦେଖିବା ପାଇଁ ଏବଂ ଚିୟରଅପ୍ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ ମାହିକା ।
ଏହାସହ ପଢ଼ନ୍ତୁ : ଲାଇଭ୍ ମ୍ୟାଚରେ କେକେଆର ଫ୍ୟାନଙ୍କୁ ପ୍ରପୋଜ କରୁ କରୁ ପଡ଼ିଗଲେ MI ପ୍ରଂଶସକ, ଦେଖନ୍ତୁ ଭାଇରାଲ ଭିଡିଓ...