ମୁମ୍ବାଇ : ରବିବାର ଆଇପିଏଲ ୨୦୨୬ର ଦ୍ବିତୀୟ ମୁକାବିଲା ଖେଳାଯାଇଥିଲା । କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏହି ମ୍ୟାଚ୍ ଖେଳାଯାଇଥିଲା । କୋଲକାତାକୁ ହରାଇ ମୁମ୍ବାଇ ୧୪ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତି ରେକର୍ଡ କରିଛି । ମ୍ୟାଚ ସିନା କୋଲକାତା ହାରିଥିଲା, କିନ୍ତୁ କେକେଆର ଫ୍ୟାନ୍ସଙ୍କ ପ୍ରେମରେ ପଡ଼ି ଯାଇଥିଲେ ମୁମ୍ବାଇ ଫ୍ୟାନ୍ସ । ଷ୍ଟାଡିୟମରେ ସମସ୍ତଙ୍କ ସାମ୍ନାରେ କରିଥିଲେ ପ୍ରପୋଜ । ଆଉ ସେ ଏହି ପ୍ରପୋଜ କରିବା ସମୟରେ ପଡ଼ି ଯାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

 

ମ୍ୟାଚ୍ ସମୟରେ ହଠାତ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ପିନ୍ଧିଥିବା ଜଣେ ଯୁବକ କୋଲକାତା ନାଇଟ ରାଇଡର୍ସ ଜର୍ସି ପିନ୍ଧିଥିବା ଯୁବତୀଙ୍କୁ ଏକ ମୁଦୀ ଦେଇ ପ୍ରପୋଜ୍ କରିଥିଲେ । ସେ ମୁଦୀ ଦେବା ସମୟରେ ହାତରୁ ଖସି ପଡ଼ିଥିଲା । ଏହାସହ ସେମାନେ ମ୍ୟାଚ୍ ମଝିରେ ଛିଡ଼ା ହୋଇଥିବାବେଳେ ବାକି ଦର୍ଶକମାନେ ପାଟି କରିଥିଲେ । ମାତ୍ର ସେ ମୁଦୀ ପଡ଼ିଥିବାବେଳେ ଖୋଜିଥିଲେ । ଏମିତିକି ସେଠାରେ ଉପସ୍ଥିତ ଦର୍ଶକ ମଧ୍ୟ ମୁଦୀ ଖୋଜିଥିଲେ । ଆଉ ଏହାକୁ ଖୁବଶୀଘ୍ର ପାଇଥିଲେ । ମାତ୍ର ଏହି ଦୃଶ୍ୟକୁ ଦେଖି ସମସ୍ତେ ହସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ମଜାଳିଆ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

ଏହାସହ ପଢ଼ନ୍ତୁ : କାହିଁକି ଏମିତି ଚର୍ଚ୍ଚା, ବିଶ୍ବକପ ଦଳକୁ ଫେରିବେ କି ସାର୍ଦ୍ଦୁଲ ଠାକୁର ?