ନୂଆଦିଲ୍ଲୀ : ଭାଇରାଲଗାର୍ଲ ମୋନାଲିସ ବିବାହ କରିବା ପରେ ଗଣମାଧ୍ୟମରେ ଖବରର ହେଡଲାଇନ୍ ପାଲଟିଛନ୍ତି । ସେ ମୁସଲିମ୍ ଯୁବକ ଫରମାନଙ୍କୁ ବିବାହ କରିବା ପରେ ବିବାଦରେ ରହିଛନ୍ତି । ସୋସିଆଲ ମିଡିଆରେ ବହୁ ଟ୍ରୋଲ କରାଯାଉଛି । ଏହାସହ ସୁରକ୍ଷା ପାଇଁ ମଧ୍ୟ ପୁଳିସର ସହାୟତା ନେଇଛନ୍ତି ମୋନାଲିସା । ତେବେ ଏହି ବିବାହକୁ ଲଭ୍ ଜିହାଦ ବୋଲି ଅନେକ ଦାବି କରିଛନ୍ତି । ଏବେ ମୋନାଲିସାଙ୍କ ବିବାହାକୁ ନେଇ ତାଙ୍କ ଦାଦା ବିଜୟ ଭୋସଲେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ ।

ବିଜୟ ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଛନ୍ତି କି, ଫରମାନ ଖାନ ପ୍ରଥମେ ମୋନାଲିସାଙ୍କୁ ଦିଦି ଡାକୁଥିଲେ । ସେ ଯେବେ ମଧ୍ୟ ଭେଟିବା ପାଇଁ ଏଭଳି ସମ୍ବୋଧନ କରନ୍ତି । ଯାହାକୁ ନେଇ ଆମେ କେବେ ମଧ୍ୟ ସେମାନଙ୍କ ସମ୍ପର୍କକୁ ସନ୍ଦେହ କରିନଥିଲୁ । ଗୁପ୍ତରେ ଗୀତ ଏବଂ ରିଲ୍ସ କରିବା ନାଁ ନେଇ ଫସାଇଥିଲେ । ଏହାସହ ସମ୍ପୂର୍ଣ୍ଣ ପରିବାରକୁ ମଧ୍ୟ ଫସାଇଥିବା ଅଭିଯୋଗ କରିଛନ୍ତି ।

ବିଭିନ୍ନ ମିଛ ପ୍ରଲୋଭନ ଦେଖାଇ ସେ କେରଳ ଯିବାକୁ କହିଥିଲେ । ବଡ଼ ବଡ଼ ସ୍ବପ୍ନ ଦେଖାଇଥିବା ସହ ଡାଇରେକର୍ଟର ସନୋଜ ମିଶ୍ରାଙ୍କଠାରୁ ଅଲଗା କରିଥିଲେ । ପ୍ରଥମେ ଯେତେବେଳେ ଟିଭରେ ଦେଖିଥିଲେ କି ମନ୍ଦିରକୁ ଯିବା ସହ ରୁଦ୍ରାକ୍ଷ ପିନ୍ଧିଥିଲେ ନିଜ ଧର୍ମର ବୋଲି ଭାବିଥିଲେ । କିନ୍ତୁ ପରେ ଯେତେବେଳେ ଜାଣିଲେ ଏହା ଆମକୁ ଧୋକା ଦିଆଯାଇଛି ବୋଲି ମଧ୍ୟ କହିଛନ୍ତି ।

ମାତ୍ର ୬ ମାସର ଭଲ ପାଇବା ପାଇଁ ପରିବାରକୁ ଭୁଲିଯାଇଛନ୍ତି ମୋନାଲିସା । ସରକାର ଆମକୁ ଉଚିତ୍ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ମଧ୍ୟ କହିଛନ୍ତି ତାଙ୍କ ଦାଦା । କେରଳରେ ସେମାନେ ପ୍ରଥମେ ଡେଟ୍ କରିଥିଲେ ଆଉ ଗୁପ୍ତରେ ବିବାହ କରିଛନ୍ତି । ଯାହାକୁ ନେଇ ପରିବାର ଲୋକେ ବେଶ ଦୁଃଖିତ ଥିବା ପ୍ରଥମରୁ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଏହାସହ ପଢ଼ନ୍ତୁ : ଫଳାଫଳ ପୂର୍ବରୁ ବିଜୟ ମହାପାତ୍ରଙ୍କ ପ୍ରେସମିଟ୍, କହିଲେ ରାଜ୍ୟ ରାଜନୀତିରେ ଆସିବ ଏକ ବଡ ପରିବର୍ତ୍ତନ