ଭୁବନେଶ୍ବର : ରାଜ୍ୟସଭା ଫଳାଫଳ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ଏହା ପୂର୍ବରୁ ପ୍ରେସମିଟ୍ କରି ବଡ଼ ସୂଚନା ଦେଇଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର । ସେ କହିଛନ୍ତି କି, ମୁଁ ୬ ମାସ ତଳେ କହିଥିଲି ୨୦୨୬ ନିର୍ଣ୍ଣାୟକ ପର୍ବ ହେବ। ଆମେ ହାରିବା ପାଇଁ ଲଢୁନଥିଲୁ, ଜିତିବା ପାଇଁ ନିର୍ବାଚନ ଲଢୁଥିଲୁ। ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା।। ଲୋକ ଆଶା କରିଥିଲେ ଦିଲ୍ଲୀପ ରାୟ ଜିତିବେ, ବିଜେଡି ନେତାଙ୍କ ଭିତରେ ଅସନ୍ତୋଷ ଥିଲା। ଦଳର ସବୁ ନେତା ଅସନ୍ତୋଷକୁ ପରିପ୍ରକାଶ କଲେ। କାଚ ଘରେ ସ୍ବପ୍ନ ଦେଖୁଥିବା ଲୋକ , ଆଗ ନିଜର ଛବିକୁ ଆଇନାରେ ଦେଖନ୍ତୁ। ନିର୍ବାଚନରେ ଅଂଶଗ୍ରହଣ କରିଥିଲୁ, ଲୋକେ ଶୁଭେଛା ଦେବାକୁ ଆସୁଛନ୍ତି।
- ବିଜୟ ମହାପାତ୍ରଙ୍କ ପ୍ରେସମିଟ୍
— Prameya Digital (@PrameyaDigital) March 16, 2026
- ‘ବିଜେଡି ଭିତରେ ପ୍ରବଳ ଅସନ୍ତୋଷ ରହିଛି’
- ‘ବିଜେଡିରେ ବିଶ୍ବାସ କମିଯାଇଛି’
- ‘ଆଗକୁ ଅନେକ ପରିବର୍ତ୍ତନ ହେବ’
- ୨ ମାସର ପ୍ରସ୍ତୁତି ଏବେ ଫଳାଫଳ ଦେଇଛି#odishapolitics #bijaymohapatra #prameyadigital #prameyaodia pic.twitter.com/lJVya42s8u
ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ । ଦଳ ଭିତରେ ଅସନ୍ତୋଷର ବହ୍ନି ଜଳୁଛି, ନବୀନ ପଟ୍ଟନାୟକ ତର୍ଜମା କରିବା ଦରକାର। ଦଳରେ କୌଣସି ପରିବର୍ତ୍ତନ ଆଣିବାକୁ ଚାହୁଁ ନାହିଁ ଦଳ। ବିଜେଡିର ଦଳପତିଙ୍କ ଉପରେ ଦଳୀୟ ନେତା ବିଶ୍ୱାସ କରୁନାହାନ୍ତି। ଆଗକୁ ବିଜେଡିରେ ଅଧିକ କ୍ଷତି ହେବ। ଏହି ନିର୍ବାଚନ ଏକ ବାର୍ତ୍ତା ଦେଉଛି, ଆଗକୁ ରାଜ୍ୟରେ ଏକ ବଡ ରାଜନୈତିକ ପରିବର୍ତ୍ତନ ହେବ।ବିଜୁ ପ୍ରେମୀ ଏକାଠି ହୋଇପାରନ୍ତି ଇଙ୍ଗିତ କଲେ ବିଜୟ। ଆମେ ହାରିବା ପାଇଁ ଲଢୁନଥିଲୁ, ଜିତିବା ପାଇଁ ନିର୍ବାଚନ ଲଢୁଥିଲୁ। ଦୁଇ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା।ଅସନ୍ତୋଷ ଶେଷ ସୀମାରେ ପହଞ୍ଚିଛି, ନେତୃତ୍ବ ଉପରେ ଦଳୀୟ ନେତାଙ୍କର ବିଶ୍ୱାସ ନାହିଁ ।
ଏହାସହ ପଢ଼ନ୍ତୁ : କିଏ କଲେ କ୍ରସ୍ ଭୋଟିଂ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର...