ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

Punjab: ଅନଶନରୁ ଉଠିଲେ କୃଷକ ନେତା ଜଗଜିତ ସିଂହ ଡଲେୱାଲ; ୪ ମାସରୁ ଅଧିକ ସମୟ ଧରି ରହିଥିଲେ ଉପାସ

Published By : Bijay Swain | April 6, 2025 6:34 PM

Image courtesy: Indiatoday

ନୂଆଦିଲ୍ଲୀ: ପଞ୍ଜାବର ବରିଷ୍ଠ କୃଷକ ନେତା ଜଗଜିତ ସିଂହ ଡଲେୱାଲ ରବିବାର ଦିନ ତାଙ୍କର ୧୩୧ ଦିନ ଧରି ଚାଲିଥିବା ଅନିର୍ଦ୍ଦିଷ୍ଟ କାଳୀନ ଅନଶନକୁ ସମାପ୍ତ କରିଛନ୍ତି। ଗତ ବର୍ଷ ନଭେମ୍ବର ୨୬ ତାରିଖରୁ ସେ ଏହି ଅନଶନ ଆରମ୍ଭ କରିଥିଲେ। ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଆଇନଗତ ଗ୍ୟାରେଣ୍ଟି ଏବଂ ଆନ୍ଦୋଳନକାରୀ କୃଷକମାନଙ୍କ ଅନ୍ୟାନ୍ୟ ସମସ୍ୟାର ସମାଧାନ ତାଙ୍କର ମୁଖ୍ୟ ଦାବି ରହିଥିଲା। 

ପଞ୍ଜାବର ଫତେହଗଡ଼ ସାହିବ ଜିଲ୍ଲାର ସିରହିନ୍ଦଠାରେ ଆୟୋଜିତ ଏକ ‘କିସାନ ମହାପଞ୍ଚାୟତ’ରେ ଡଲେୱାଲ ତାଙ୍କ ଅନଶନ ସମାପ୍ତିର ଘୋଷଣା କରିଛନ୍ତି। ଏହି ଘୋଷଣା କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ରୀୟ ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂହ ବିଟ୍ଟୁଙ୍କ ଅନୁରୋଧର ଏକ ଦିନ ପରେ ଆସିଛି। ଉଭୟ ମନ୍ତ୍ରୀ ଶନିବାର ଦିନ ଡାଲେୱାଲଙ୍କୁ ତାଙ୍କ ଅନଶନ ତ୍ୟାଗ କରିବାକୁ ଅପିଲ କରିଥିଲେ। 

କୃଷକମାନଙ୍କୁ ସମ୍ବୋଧିତ କରି ଡାଲେୱାଲ କହିଛନ୍ତି, “ଆପଣମାନେ ସମସ୍ତେ ମୋତେ ଅନଶନ ସମାପ୍ତ କରିବାକୁ କହିଛନ୍ତି। ଆନ୍ଦୋଳନର ଉପଯୁକ୍ତ ଯତ୍ନ ନେଇଥିବାରୁ ମୁଁ ଆପଣମାନଙ୍କ ପ୍ରତି ଚିର ଋଣୀ। ମୁଁ ଆପଣମାନଙ୍କ ଭାବନାକୁ ସମ୍ମାନ ଦେଉଛି ଏବଂ ଆପଣମାନଙ୍କ ନିର୍ଦ୍ଦେଶକୁ ମୁଁ ସାଦରେ ଗ୍ରହଣ କରୁଛି।” 

ସଂଯୁକ୍ତ କିସାନ ମୋର୍ଚ୍ଚା (ଅଣ-ରାଜନୈତିକ)ର ବରିଷ୍ଠ ନେତା ଡଲେୱାଲ ଏହି ଅନଶନ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ କୃଷକମାନଙ୍କ ଦାବି ପୁରଣ କରିବାକୁ ଚାପ ପ୍ରୟୋଗ କରିଥିଲେ। ଜାନୁଆରୀରେ କେନ୍ଦ୍ର ସରକାର ଆଲୋଚନା ପାଇଁ କୃଷକ ନେତାମାନଙ୍କୁ ଆମନ୍ତ୍ରଣ କରିବା  ପରେ ସେ ଖନୌରୀ ଆନ୍ଦୋଳନ ସ୍ଥଳରେ ଚିକିତ୍ସା ସେବା ଗ୍ରହଣ କରିଥିଲେ, କିନ୍ତୁ ନିଜର ଅନଶନ ସମାପ୍ତ କରି ନଥିଲେ। 

ଶନିବାର ଦିନ କେନ୍ଦ୍ରୀୟ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ୍ସରେ ଏକ ପୋଷ୍ଟ ଜରିଆରେ କହିଥିଲେ, “ଭାରତ ସରକାର ଏବଂ କୃଷକ ସଂଗଠନମାନଙ୍କ ପ୍ରତିନିଧିଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ଜାରି ରହିଛି। କୃଷକ ନେତା ଶ୍ରୀ ଜଗଜିତ ସିଂହ ଡଲେୱାଲ ଏବେ ହସ୍ପିଟାଲରୁ ଫେରିଛନ୍ତି ଏବଂ ଆମେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଆମେ ତାଙ୍କୁ ଅନଶନ ସମାପ୍ତ କରିବାକୁ ଅନୁରୋଧ କରୁଛୁ ଏବଂ ନିର୍ଦ୍ଧାରିତ ତାରିଖ ଅନୁସାରେ ମେ ୪ ତାରିଖ ସକାଳ ୧୧ଟାରେ କୃଷକ ସଂଗଠନମାନଙ୍କ ପ୍ରତିନିଧିଙ୍କ ସହ ଆଲୋଚନା ପାଇଁ ବୈଠକ କରିବୁ।” 

ସେହିପରି ରବନୀତ ସିଂହ ବିଟ୍ଟୁ ମଧ୍ୟ ଡାଲେୱାଲଙ୍କୁ ଅନୁରୋଧ କରି କହିଥିଲେ ଯେ, “ଆପଣଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଆପଣଙ୍କ ଜୀବନ ପଞ୍ଜାବର ଲୋକଙ୍କ ପାଇଁ ମୂଲ୍ୟବାନ। କୃଷକ ଏବଂ କୃଷି ଶ୍ରମିକମାନଙ୍କ ସଂଘର୍ଷ ପାଇଁ ଆପଣଙ୍କ ନେତୃତ୍ୱ ସର୍ବଦା ଆବଶ୍ୟକ।” ସେ ଆହୁରି କହିଥିଲେ ଯେ, ଲୋକସଭା ଅଧିବେଶନ ସମୟରେ ସମସ୍ତ ବିଜେପି ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଡାଲେୱାଲଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ ଏବଂ ତାଙ୍କ ମଙ୍ଗଳ କାମନା କରିଥିଲେ। 

ଏହି ଅନଶନ ସମାପ୍ତି ସହିତ କୃଷକମାନଙ୍କ ଦାବି ଉପରେ ଆଲୋଚନା ଜାରି ରହିବ ବୋଲି ଆଶା କରାଯାଉଛି। ଯାହା କୃଷି ସମ୍ପ୍ରଦାୟର ଦୀର୍ଘ ଦିନର ସମସ୍ୟାଗୁଡ଼ିକର ସମାଧାନ ଆଡ଼କୁ ଏକ ପଦକ୍ଷେପ ହୋଇପାରେ। ତେବେ ସରକାରଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ କୃଷକ ମାନଙ୍କୁ ମାର୍ଚ୍ଚ ୪ ତାରିଖରେ ଭେଟିବେ ବୋଲି ଘୋଷଣା କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.