PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବେ କୃଷକ, ରାମଲିଲା ମୈଦାନରେ ବସିବ ମହାପଞ୍ଚାୟତ  

ନୂଆଦିଲ୍ଲୀ: ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇବେ ସଂଯୁକ୍ତ କିଷାନ ମୋର୍ଚ୍ଚା। କେନ୍ଦ୍ର ସରକାର ଦେଇଥିବା ବିଭିନ୍ନ ପ୍ରତିଶୃତି ପୂରଣ ହୋଇନଥିବାରୁ ତିନି ବର୍ଷ ପରେ ପୁଣି ରାମଲିଲା ମୌଦାନରେ ସରକାର ବିରୋଧରେ ଗର୍ଜିବେ କୃଷମାନେ। ଏମଏସପିକୁ ନେଇ ପେନାଲ ଗଠନ କରାଯିବା ସହ କୃଷକ ନେତାଙ୍କ ଉପରେ ଲାଗିଥିବା ବିଭିନ୍ନ ମାମଲା ପ୍ରତ୍ୟାହାର କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶୃତି ଦେଇଥିଲେ। ହେଲେ ବର୍ତ୍ତମାନ ଯାଏ ଏହି ପ୍ରତିଶୃତି ପୂରଣ କରାଯାଇ ନଥିବାରୁ ସବୁ ରାଜ୍ୟର ଅଖିଳ ଭାରତ କିଷାନ ମଜଦୁର ସଭାର ଅନେକ ସଦସ୍ୟ ରାମଲିଲା ମୈଦାନରେ ଆନ୍ଦୋଳନ କରିବେ।

ମାର୍ଚ୍ଚ ୨୦ରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ହଜାର ହଜାର କୃଷକ ରାମଲିଲା ମୈଦାନରେ ହେବାକୁ ଥିବା ମହାପଞ୍ଚାୟତରେ ସାମିଲ ହେବେ। ଏହି ମହାପଞ୍ଚାୟତ ପୂର୍ବାହ୍ନ ୧୦ ଟା ଅପରାହ୍ନ ୩ ଟା୩୦ ଯାଏ ଚାଲିବ। ଏନେଇ ପୁଲିସ କହିଛି ୧୧ଟି ରାଜ୍ୟରେ କୃଷକମାନେ ମାର୍ଚ୍ଚ ୧୮ରେ ଆନ୍ଦୋଳନରେ ଭାଗ ନେବାକୁ ଆସୁଛନ୍ତି।

ଅନ୍ୟପଟେ କେନ୍ଦ୍ରୀୟ ସମନ୍ୱୟ କମିଟି ସଦସ୍ୟ ଡକ୍ଟର ଆଶିଷ ମିତ୍ତଲ କହିଛନ୍ତି ଯେ ଭାରତୀୟ କୃଷିକୁ କର୍ପୋରେଟ ତଥା ବିଦେଶୀ ଶକ୍ତି ଠାରୁ ରକ୍ଷା କରିବାର ଆବଶ୍ୟକତା ରହିଛି। ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି କରିବା ଏବଂ ଭାରତୀୟ ଅର୍ଥନୀତିର ଉନ୍ନତି ଦିଗରେ କୃଷକଙ୍କ ଆୟ ସୁନିଶ୍ଚିତ କରିବା ଦରକାର। ସେ ଆହୁରି କହିଛନ୍ତି ଯେ ମୋଦୀ ସରକାର ମୋଟ ଉତ୍ପାଦ ଉପରେ ୫୦ ପ୍ରତିଶତ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ କରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ। ସରକାର ଯେଉଁ କମିଟି ଗଠନ କରିଥିଲେ ସେଥିରେ ୨୬ ଜଣ ସଦସ୍ୟ  କର୍ପୋରେଟ ସପକ୍ଷରେ ରହିଛନ୍ତି। ଏହାକୁ ସେତେବେଳେ କୃଷକମାନେ ଘୋର ବିରୋଧ କରିଥିଲେ। 

ସମ୍ବନ୍ଧିତ ଖବର