ନୂଆଦିଲ୍ଲୀ: ବାଂଲାଦେଶ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର (POK)ରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁଖ୍ ଅବଦୁଲ୍ଲା। ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ ବର୍ଣ୍ଣନା କରି କହିଛନ୍ତି ଯେ, ସମସ୍ତ ଧର୍ମର ଲୋକଙ୍କୁ ସମ୍ମାନ ଦିଆଯିବା ଉଚିତ୍। ଏଥି ସହ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନୀରବତା ରକ୍ଷା କରିଥିବା ଅଭିଯୋଗ କରିଛନ୍ତି।
ଫାରୁକ୍ ଅବଦୁଲ୍ଲା କହିଛନ୍ତି କି, "ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, କାରଣ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ସେଠାରେ ରୁହନ୍ତି । ସେମାନେ ଅନ୍ୟ ଧର୍ମର ଲୋକଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ୍।" ଏଥିସହ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ କୌଣସି ଠୋସ୍ ପଦକ୍ଷେପ ନେଉନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କେନ୍ଦ୍ରର ନିରବତା ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ଭାରତର ପଡୋଶୀ ଦେଶରେ ଘଟୁଥିବା ମାନବିକ ଅଧିକାରର ଉଲ୍ଲଂଘନ ଉପରେ ଦୃଢ ପ୍ରତିକ୍ରିୟା ଦେବା ସରକାରଙ୍କ ଦାୟିତ୍। ଅଟେ।
ଫାରୁକ୍ ଅବଦୁଲ୍ଲା ମଧ୍ୟ ଉତ୍ତରପ୍ରଦେଶରେ ମୁସଲମାନ ମାନଙ୍କ ବିରୋଧରେ ଘଟୁଥିବା ଘଟଣାକୁ ଉଠାଇଛନ୍ତି । ସେ କହିଛନ୍ତି,"ଉତ୍ତରପ୍ରଦେଶରେ ମୁସଲମାନ ମାନଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କର ମସଜିଦ ଓ ଘର ଭାଙ୍ଗି ଦିଆଯାଉଛି।" ଏହାକୁ ଏକ ଗୁରୁତର ବିଷୟ ବୋଲି ବର୍ଣ୍ଣନା କରି ସେ । କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ହାତକୁ ନେବାକୁ କହିଛନ୍ତି ।
ଅବଦୁଲ୍ଲା କହିଛନ୍ତି ଯେ କୌଣସି ଧର୍ମ କିମ୍ବା ସମ୍ପ୍ରଦାୟକୁ ଟାର୍ଗେଟ କରିବା ଭୁଲ ଏବଂ ସରକାର ଏଭଳି ଘଟଣାକୁ କଠୋର ବନ୍ଦ କରିବା ଉଚିତ୍ । ମନ୍ଦିର ଉପରେ ଆକ୍ରମଣ, ଘର ଜାଳିବା ଏବଂ ସାମ୍ପ୍ରଦାୟିକ ଉତ୍ତେଜନା ଘଟଣା ଏବେ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିଛି। ଏଥି ସହିତ ଭାରତରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୁଦ୍ଧରେ ହୋଇଥିବା ଅତ୍ୟାଚାର ଉପରେ ପ୍ରଶ୍ନ ଉଠିଛି ।ତେବେ ଫାରୁକ୍ ଅବଦୁଲ୍ଲାଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଏବଂ ସେମାନଙ୍କର ଅଧିକାରକୁ ନେଇ ବିତର୍କ ତୀବ୍ର ହେଉଛି।