PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ଅଜବ ପ୍ରେମ; କରୋନା ବେଳେ ସ୍ବାମୀଙ୍କର ହୋଇଥିଲା ମୃତ୍ୟୁ, ଏବେ କବର ଖୋଳି ପୈତୃକ ଗାଁକୁ ଅସ୍ଥି ନେଇଗଲେ ସ୍ତ୍ରୀ…

ନୂଆଦିଲ୍ଲୀ: ବିବାହ ବେଳେ ସାତ ଜନମର ସାଥୀ ହେବା ପାଇଁ ସବୁ ନବ ଦମ୍ପତି ପ୍ରତିଜ୍ଞା କରିଥାନ୍ତି । ଆପଣ ନିଶ୍ଚିତ ଭାବରେ ଏପରି ଲୋକଙ୍କୁ ଦେଖିଥିବେ । ହେଲେ ଦୁନିଆରେ ବହୁତ କମ୍ ଲୋକ ଅଛନ୍ତି ଯେଉଁମାନେ ଏହି ଶପଥକୁ ବାସ୍ତବ ଜୀବନରେ ପାଳନ କରନ୍ତି । ୟୁପିର ଫାରୁଖବାଦ୍ ଜିଲ୍ଲାର ଫତେହଗଡରୁ ଏଭଳି ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପତ୍ନୀ ଦୁଇ ବର୍ଷ ପୂର୍ବେ ଦେହାନ୍ତ କରିଥିବା ସ୍ୱାମୀର କବର ଖନନ କରି ମୃତଦେହକୁ ତାଙ୍କ ପୈତୃକ ଘରକୁ ନେଇ ଯାଇଛନ୍ତି । କେରଳ ଜିଲ୍ଲାର କ୍ୟାଡିୟମ ପୋଲିସ ଷ୍ଟେସନ ଅନ୍ତର୍ଗତ କୁପଡା ଗାଁର ବାସିନ୍ଦା ଜଲି ଫାରୁଖାବାଦର ସେଣ୍ଟ ଆନ୍ଥୋନି ସ୍କୁଲର ଶିକ୍ଷକ ଅଟନ୍ତି । ଜଲି ଏବଂ ତାଙ୍କ ସ୍ୱାମୀ ପଲ୍ ଇଜେ ଗତ କିଛି ବର୍ଷ ଧରି କେରଳରୁ ଫାରୁଖବାଦକୁ ଆସି ବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲେ ।

ଦୁଇ ବର୍ଷ ପୂର୍ବେ କରୋନା ସମୟରେ ଜଲିଙ୍କ ସ୍ୱାମୀ ପଲଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ କରୋନା ରୋଗ ହେତୁ ଦେଶବ୍ୟାପୀ ଲକଡାଉନ୍ ଲାଗିଥିବାରୁ ସ୍ୱାମୀଙ୍କ ମୃତଦେହକୁ କେରଳକୁ ନେଇ ପାରିନଥିଲେ । ଏହି କାରଣରୁ ମୃତଦେହକୁ ଫତେହଗଡର ଖ୍ରୀଷ୍ଟିଆନ କବର ସ୍ଥାନରେ ପୋତି ଦିଆଯାଇଥିଲା । ସ୍ୱାମୀଙ୍କ ମୃତଦେହକୁ ବାହାର କରି କେରଳକୁ ନେଇଯିବା ପାଇଁ ଜଲି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ମାଗିଥିଲେ । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ପାଇବା ପରେ ପ୍ରଶାସନ କବର ଖୋଳି ଜଲିଙ୍କ ସ୍ୱାମୀଙ୍କ ମୃତଦେହକୁ ତାଙ୍କୁ ଦେଇଥିଲା ।

ପତ୍ନୀ ଜଲି କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଦୁଇ ବର୍ଷ ପୂର୍ବେ ମୃତ୍ୟୁ ଘଟିଥିଲା । ତାଙ୍କ ମୃତଦେହ ଏଠାରେ ପୋତି ଦିଆଯାଇଥିଲା । ସେ ତାଙ୍କ ସ୍ୱାମୀଙ୍କ ମୃତଦେହକୁ କେରଳକୁ ନେବାକୁ ଆବେଦନ କରିଥିଲେ, ପରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ପାଇବା ପରେ କବର ଖୋଳାଯାଇ ସ୍ୱାମୀଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା ।

,