ନୂଆଦିଲ୍ଲୀ,୨୯/୧୧: ଦ୍ରୁତ ବୋଲର ସିଦ୍ଧାର୍ଥ କୌଲ କ୍ରିକେଟରୁ  ସନ୍ନ୍ୟାସ ଘୋଷଣା କରିଛନ୍ତି । କ୍ୟାରିୟରରେ ୩ଟି ଦିନିକିଆ ଏବଂ ୩ଟି ଟି-ଟ୍ୱେଣ୍ଟି ଖେଳିବାର ସୁଯୋଗ  ପାଇଥିଲେ । ଟି-ଟ୍ୱେଣ୍ଟିରେ କେବଳ  ୪ଟି ୱିକେଟ୍‌ ପାଇଥିଲେ । ବିରାଟ  କୋହଲିଙ୍କ ନେତୃତ୍ୱରେ ୧୯ ବର୍ଷରୁ  କମ୍‌ ବିଶ୍ୱକପ୍‌ ଖେଳିଥିଲେ ।  

ଆଇପିଏଲରେ ଦିଲ୍ଲୀ, କୋଲକାତା,  ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଦଳରେ  ସାମିଲ ରହିଥିଲେ ।  ସେ କହିଛନ୍ତି, ‘ପିଲା ଦିନରୁ  ଭାରତୀୟ ଦଳରେ ସାମିଲ ହେବା ନେଇ ସ୍ୱପ୍ନ ଦେଖିଥିଲି । ଶେଷରେ  ଭଗବାନଙ୍କ ଆଶୀର୍ବାଦରୁ ୨୦୧୮ରେ ଟି-ଟ୍ୱେଣ୍ଟି (କ୍ୟାପ ନଂ ୭୫) ଓ ଦିନିକିଆ  (କ୍ୟାପ ନଂ ୨୨୧ ) ଖେଳିବାର ସୌଭାଗ୍ୟ ମିଳିଥିଲା । ପରିବାର, ପ୍ରଶଂସକ ଓ  ଶୁଭେଚ୍ଛୁ ମାନଙ୍କର ସମର୍ଥନ ଯୋଗୁ ମୋ ଜୀବନର ଲକ୍ଷ୍ୟ ପୂରଣ ହୋଇଥିଲା ।  ଏହା ଅବସର ନେବାର ପ୍ରକୃତ  ସମୟ ।’ କୌଲଙ୍କୁ ଏବେ ମାତ୍ର  ୩୪ ବର୍ଷ ବୟସ । ପଞ୍ଜାବ  ଦଳରୁ ପ୍ରତିନିଧିତ୍ୱ କରି ପ୍ରଥମ  ଶ୍ରେଣୀ କ୍ରିକେଟରେ ସେ ୨୯୭ଟି  ୱିକେଟ୍‌ ହାସଲ କରିଛନ୍ତି ।