ସୋର, ୦୬/୦୪: ବାଲେଶ୍ବରକ ଜିଲ୍ଲାରେ ସୋର ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ୧୬ ନଂ ଜାତୀୟ ରାଜପଥ ଦହିସଡ଼ା ମଡ଼ର୍ଣ୍ଣ ହୋଟେଲ୍ ସମ୍ମୁଖରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ରବିବାର ଗତକାଲି ବିଳମ୍ବିତ ରାତିରେ ଏକ ଝାଡ଼ଖଣ୍ଡ ନମ୍ବର ଟ୍ରକ ରାସ୍ତା ପାର୍ଶ୍ବରେ ବ୍ରେକ୍ ଡାଉନ ହୋଇ ଛିଡ଼ା ହୋଇଥିଲା । ଏହି ସମୟରେ ବାଲେଶ୍ବରରୁ ସୋର ଅଭିମୁଖେ ଆସୁଥିବା ଏକ ଉତ୍ତର ପ୍ରଦେଶ ନମ୍ବର ଥିବା ଗାଡ଼ି ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକରେ ଥିବା ୩ଜଣ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହଯ୍ୟରେ ଟ୍ରକକୁ କାଟି ସମସ୍ତଙ୍କୁ ଉଦ୍ଧା କରିଥିଲେ । ପରେ ଗୁରୁତରଙ୍କୁ ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ସୋର ଥାନା ପୁଲିସ ଖବର ପାଇ ଉଭୟ ଗାଡ଼ିକୁ ଜବତ କରିବା ସହିତ କେମିତି ଦୁର୍ଘଟଣା ଘଟିଲା ଅଧିକ ତଦନ୍ତ କରୁଛି ।

ଅଧିକ ପଢ଼ନ୍ତୁ-ମଙ୍ଗଳବାର ସରିବ ଧାନକିଣା, ୪୬ ହଜାରରୁ ଅଧିକ ଚାଷୀ ଟୋକନ ପାଇ ବି ବିକି ନାହାନ୍ତି ଧାନ​​​​​​​