ଭୁବନେଶ୍ୱର ୦୫/୦୪: ଆସନ୍ତା ୭ ତାରିଖରେ ରାଜ୍ୟରେ ମଣ୍ଡିରେ ଧାନ କିଣା ସରିବ । ହେଲେ ଏବେ ବି ୪୬ ହଜାରରୁ ଅଧିକ ଚାଷୀ ଟୋକନ୍ ପାଇବା ପରେ ମଧ୍ୟ ଧାନ ବିକ୍ରି କରିପାରିନାହାନ୍ତି । ଯାହା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ‘ଏକ୍ସ’ରେ ଦିଅଯ।।ଇଥିବା ତଥ୍ୟରୁ ସୂଚନା ମିଳୁଛି ।
ତେବେ ଚଳିତବର୍ଷ ମଣ୍ଡିରେ ଧାନ ବିକ୍ରି କରିବାକୁ ୧୯ ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ । ହେଲେ ସେଥିରୁ ଦ୍ୱିତୀୟ ଥର ଅବଧି ବଢ଼ାଇବା ପରେ ବି ରବିବାର ସୁଦ୍ଧା ୧୮ ଲକ୍ଷ ୮୧ ହଜାର ୨୬୮ଜଣ ଧାନ ବିକ୍ରି କରି ପାରିଛନ୍ତି । ଏବେ ବି ଭଦ୍ରକ ଜିଲ୍ଲାରେ ୨୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାରେ ୧୫ ହଜାରରୁ ଅଧିକ ଓ ମୟୂରଭଞ୍ଜ ଜିଲ୍ଲାରେ ୫ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରିପାରନଥିବା ଖାଦ୍ୟ ଯୋଗାଣ ବିଭାଗର ଫୁଡ୍ ଓଡ଼ିଶା ପୋର୍ଟାଲରୁ ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ :- ପେଟ୍ରୋଲ ସଙ୍କଟରୁ ମୁକୁଳିବ ରାଜଧାନୀ, ଅଣ୍ଟା ଭିଡ଼ିଲା ବିଏମ୍ସି: ପରିବା ଚୋପା ବର୍ଜ୍ୟରୁ ବାହାରିବ ସିଏନ୍ଜି