PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ପାକିସ୍ତାନକୁ ପୁଣି ଝଟକା: ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିବ ପାକିସ୍ତାନ

source:www.youtube.com

ନୁଆଦିଲ୍ଲୀ ୨୨/୨: ପୁଲୱାମା ଆତଙ୍କୀ ହମଲା ପରେ ଚାରିପଟୁ ଫସିଥିବା ପାକିସ୍ତାନକୁ ପୁଣି ଆଉ ଏକ ଝଟକା ଲାଗିଛି । ପ୍ୟାରିସରେ ହୋଇଥିବା ଫାଇନାନ୍ସସିଆଲ ଆକ୍ସନ ଟାସ୍କ ଫୋର୍ସ(FATF)ର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପାକିସ୍ତାନ ଏବେ ଗ୍ରେ ଲିଷ୍ଟରେ ରହିବ । ଅର୍ଥାତ୍ ହାଫିଜ୍ ସଇଦର ଜମାନ୍-ଉଦ୍-ଦାୱା ଉପରେ ବ୍ଯାନ୍ ଲଗାଇ ପାକିସ୍ତାନ ଗ୍ରେ ଲିଷ୍ଟରୁ ବାହାରି ଆସିବାପାଇଁ ଚେଷ୍ଟା କରୁଥିଲା କିନ୍ତୁ ସେଥିରେ ମଧ୍ଯ ସେ ବିଫଳ ହେଲା ।

କେବଳ ସେତିକି ନୁହେଁ । FATFରୁ ମିଳିଥିବା ଏହି ଆଶ୍ୱସ୍ତି ମାତ୍ର କିଛି ଦିନ ପାଇଁ । ପାକିସ୍ତାନର ରୋଟିଂ ରିଭ୍ଯୁ ପୁଣି ଜୁନ୍ ଓ ଅକ୍ଟୋବରରେ କରାଯିବ । FATF ପାକିସ୍ତାନକୁ ଚେତାବନୀ ଦେଇଛି ଯେ ସେ ଯେମିତି ଆତଙ୍କବାଦୀ ବିରୁଦ୍ଧରେ ଆକ୍ସନ ନେବାର ଟାଇମଲାଇନକୁ ଭୁଲିନଯାଉ, ନଚେତ୍ ତାକୁ ଏହାର ପରିଣାମ ଭୋଗିବାକୁ ପଡିବ । କହିରଖୁଛୁ ଭାରତ ତରଫରୁ ପାକିସ୍ତାନକୁ ବ୍ଲାକ୍ ଲିଷ୍ଟରେ ସାମିଲ କରିବା ପାଇଁ ଚେଷ୍ଟା କରାଯାଉଥିଲା ତେବେ ଏହା ସଫଳ ହେଲାନାହିଁ ।

FATF ତରଫରୁ ପାକିସ୍ତାନକୁ ତାଗିଦ୍ ମଧ୍ଯ କରାଯାଇଛି ଯେ ତାକୁ ଯେତିକି ସମୟ ମିଳିଛି ସେହି ସମୟ ମଧ୍ଯରେ ନିଜ ଟାର୍ଗେଟ୍ ପୂରା କରିବା ପାଇଁ । ଆପଣଙ୍କୁ କହିରଖୁଛୁ ଏହି ସଂସ୍ଥା ଆତଙ୍କବାଦ ବିରୁଦ୍ଧରେ ଲଢେଇ କରୁଥିବା ଦେଶକୁ ଆର୍ଥିକ ସାହାଯ୍ଯ ମଧ୍ଯ କରିଥାଏ ।

ସମ୍ବନ୍ଧିତ ଖବର