ବାଣପୁର ୬।୬: ଗାଁର ମଶାଣିରେ ଜଳିଲା ବାପା-ପୁଅଙ୍କ ଚିତା । ତାହା ପୁଣି ଗୋଟିଏ ଜୁଈରେ । ପାରିବାରିକ ଅଶାନ୍ତି ଯୋଗୁଁ  ବାପା-ପୁଅ  ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି ।  ବାପା-ପୁଅ ଦୁହେଁ କରିଥିଲେ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ କୁମାରଙ୍ଗ ପଞ୍ଚାୟତ କେଶପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।

 କେଶପୁର ଗାଁର ନବଘନ ପ୍ରଧାନ ଓ ତାଙ୍କର ପୁଅ ତୋଫାନ ପ୍ରଧାନ ଦୁହିଁଙ୍କ ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ଘରର ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା । ଏହି କଳିଝଗଡ଼ା ଏଭଳି ହୋଇଥିଲା ଯେ, ଶେଷରେ ମାନସିକ ଭାରସାମ୍ୟ ହରାଇ ବାପା-ପୁଅ ଦୁହେଁ ଆତ୍ମହତ୍ୟା ପାଇଁ ଚରମ ନିଷ୍ପତ୍ତି ନେଇଥିଲେ ।ଶନିବାର ଭୋର ସମୟରେ ବାପା ନବଘନ ପ୍ରଧାନ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଖବର ପାଇବା ପରେ ଏପଟେ ତାଙ୍କ ପୁଅ ତୋଫାନ ପ୍ରଧାନ ବିଷ ପିଇ ଆତ୍ମହତ୍ୟା କରିଦେଇଥିଲେ । ଏକା ସାଙ୍ଗରେ ବାପା-ପୁଅଙ୍କ ଆତ୍ମହତ୍ୟା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା। ବାପା-ପୁଅଙ୍କ ମୃତଦେହକୁ ଶେଷରେ ଗାଁ ଶ୍ମଶାଣୀରେ ଗୋଟିଏ ଜୁଈରେ ସତ୍କାର କରାଯାଇଥିଲା।

ଆହୁରି ପଢନ୍ତୁ : ରାଜ୍ୟରେ ୨୪ ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ, ନିବେଶ ହେବ ୩୭୯୩ କୋଟି ଟଙ୍କା