ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜଗା ଦର୍ଶନ ହେଲା ଶେଷ ଦର୍ଶନ : କାରକୁ ଧକ୍କା ଦେଲା ଟ୍ରକ, ବାପା-ପୁଅ ମୃତ

ଅନୁଗୁଳ,୨୯।୫: ଜଗା ଦର୍ଶନ ହେଲା ଶେଷ ଦର୍ଶନ ।   ପୁରୀରୁ ଜଗା ଦର୍ଶନ ଶେ​‌ଷ କରି ଫେରୁଥିବା ବେଳେ ଏକ କାରକୁ ଟ୍ରକ ଧକ୍କା ଦେଇଥିଲା। ଏଥରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା-ଝିଅ ଗୁରୁତର ହୋଇଛନ୍ତି। ହଣ୍ଡପା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ  ରାଜପଥ   ସର୍ଗିପାଲି ନିକଟରେ ଦୁର୍ଘଟଣା ଘଟିଛି।ମୃତ ବାପା- ପୁଅ ହେଲେ ବେଲପାହାଡ଼ ଅଞ୍ଚଳର ପ୍ରଭାତ ବୋଷ ଓ ପୁଅ ଓମ ବୋଷ।

{"id":579915,"sizeSlug":"large","linkDestination":"none"}

 ବେଲପାହାଡ଼ ଅଞ୍ଚଳର  ପ୍ରଭାତ  ବୋଷ,  ସ୍ତ୍ରୀ ସଙ୍ଗୀତା ବୋଷ, ଝିଅ  ସ୍ମତି ବୋଷ ଓ ପୁଅ ଓମ ବୋଷ ଏକ ମାରୁତି କାରରେ  ପୁରୀରୁ  ଜଗନାଥଙ୍କ ଦର୍ଶନ ଶେଷ କରି ବେଲପାହଡ଼କୁ  ଫେରୁଥିଲେ ।  ସମ୍ବଲପୁର ଆଡ଼କୁ ଯାଉଥିବା ସର୍ଗିପାଲି ନିକଟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ କାରକୁ  ଧକ୍କା  ଦେଇଥିଲା। ଟ୍ରକ ଧକ୍କା ଏତେ ଜୋରରେ ଦେଇଥିଲା  ଯେ କାର ସମ୍ମୁଖରେ ବସିଥିବା ବାପା ପ୍ରଭାତ  ବୋଷ ଓ ପୁଅ ଓମ ବୋଷଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ  ଘଟିଥିଲା । ମା’ ଓ ଝିଅଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏହା ସହ ମଧ୍ୟ ପଢନ୍ତୁ : ବାଇକକୁ ଧକ୍କା ଦେଲା ହାଇଓ୍ବା : ଶାଳୀ- ଭିଣୋଇ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.