ଧରାକୋଟ, ୨୨।୧ : ରାତି ପାହିଲେ ହୋଇଥାନ୍ତା  ପୁଅ ବାହାଘର। କିନ୍ତୁ ବିଧିର ବିଧାନକୁ ଅନ୍ୟ କିଛି ମଞ୍ଜୁର ଥିଲା। ବିଦ୍ୟୁତ ଆଘାତରେ ଚାଲିଗଲା ବାପାର ଜୀବନ। ହସଖୁସିରେ ଫାଟି ଉଠୁଥିବା ଘରେ କାନ୍ଦ ବୋବାଳିରେ ଫାଟି ଉଠିଥିଲା। ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ା ଗ୍ରାମରେ ଏପରି ଘଟଣା ଦେଖିବାକୁ ମିଳିଛି। ।  ମୃତକ ଜଣକ ହେଲେ କଙ୍ଗୁରୁ ଗୌଡ (୫୮) ।

ସୂଚନା ଅନୁସାରେ ଶୁକ୍ରବାର କଙ୍ଗୁରୁ ଗୌଡଙ୍କ ପୁଅ ଶିବ ଶଙ୍କରଙ୍କ ବାହାଘର ଥିଲା l ବାହାଘର ପାଇଁ ପୁରା ପ୍ରସ୍ତୁତି ସରିଥିଲା l ରାତି ପାହିଲେ ପୁଅର ବାହାଘର ହୋଇଥାନ୍ତା। ହେଲେ ଘରେ ପାଣି ଭର୍ତ୍ତି ପାଇଁ ପାଣି ମଟର ଚାଲୁ କରିବା ସମୟରେ ବାପା ମଙ୍ଗୁଳୁ ଗୌଡ  ବିଦ୍ୟୁତ୍ ସଂସ୍ପର୍ଶରେ ଆସି  ଗୁରୁତର ହୋଇଥିଲେ l ଗୁରୁତର ଅବସ୍ଥାରେ ପରିବାର ଲୋକେ ଆସିକା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ବାପାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଏକା ବେଳକେ ବାହା ଘରର ସବୁ ଖୁସି ଦୁଃଖରେ ପରିଣତ ହୋଇଯାଇଛି l ଘର କାନ୍ଦ ବୋବାଳିରେ ଫାଟି ପଡୁଥିବା ବେଳେ ଗାଁ ରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି l

ଆହୁରି ପଢନ୍ତୁ :ଟ୍ରେଲରକୁ ପଛରୁ ପିଟିଲା ଥାର୍, ୩ ମୃତ