ଖଲ୍ଲିକୋଟ,୧।୧୧ : ମଦ୍ୟପ ଜ୍ବାଇଁର ଉନ୍ମତ୍ତକାଣ୍ଡ । ଜ୍ବାଇଁ-ଶଶୁର ମଧ୍ୟରେ ଝଗଡା ଲାଗିଲା। ଉତ୍ତ୍ୟକ୍ତ ଜ୍ବାଇଁ ଶ୍ବଶୁର ଘରେ ନିଆଁ ଲଗେଇଦେଲା । ଘର ସହ  ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଛି। ଖଲ୍ଲିକୋଟ ଥାନା ବାଉଁଶିଆ ଗ୍ରାମରେ ଏଭଳି  ଘଟଣା ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।ବାଉଁଶିଆ ଗ୍ରାମର ଲକ୍ଷ୍ମଣ ଦାସଙ୍କ ଘରେ ତାଙ୍କ ନିଜ ଜ୍ବାଇଁ ନିଆଁ ଲଗେଇ ଦେଇଛନ୍ତି ।