PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମୋବାଇଲ୍‌ ପ୍ରେମୀ ମା’ବାପା ପିଲାଙ୍କ ପାଇଁ ବିପଦ, କଥା କଥାକେ ପିଲାଙ୍କୁ ଚିଡ଼ିଚିଡ଼ା ହେବା ସହ ଗାଳି କରନ୍ତି…

ନୂଆଦିଲ୍ଲୀ ୨୫/୦୯: ଦିନରେ ୪ ଘଣ୍ଟା ମୋବାଇଲ ଓ ଅନ୍ୟ ଡିଜିଟାଲ୍‌ ଡିଭାଇସ୍‌ ବ୍ୟବହାର କରୁଥିବା ଅଭିଭାବକ ସେମାନଙ୍କ ପିଲା ପ୍ରତି ଚିଡ଼ିଚିଡ଼ା ବ୍ୟବହାର ପ୍ରଦର୍ଶନ କରନ୍ତି । କାନାଡାର ୱାଟର୍‌ଲୁ ୟୁନିଭର୍ସିଟିର ଗବେଷକମାନେ ୫ରୁ ୧୮ ବର୍ଷ ବୟସ୍କ ଦୁଇ ସନ୍ତାନର ୫୪୯ ଜଣ ମା’ବାପାଙ୍କ ଉପରେ ସର୍ଭେ କରିଥିଲେ । ଗବେଷଣାରୁ ଜଣାପଡ଼ିଲା, ଯେଉଁ ଅଭିଭାବକ ଖାଲି ସମୟରେ କିମ୍ବା ଆରାମ କରିବା ସମୟରେ ଅନ୍ୟ ଡିଜିଟାଲ୍‌ ମାଧ୍ୟମ ସମ୍ପର୍କରେ ରହନ୍ତି, ସେମାନେ ନିଜ ପିଲାଙ୍କ ପ୍ରତି ଚିଡ଼ିଚିଡ଼ା ହୋଇଯାଆନ୍ତି । କଥା କଥାରେ ପିଲାଙ୍କୁ ଗାଳି କରନ୍ତି ଏବଂ ବଡ଼ ପାଟିରେ ଚିତ୍କାର କରନ୍ତି । ମୋବାଇଲ ଓ ଅନ୍ୟ ଡିଜିଟାଲ ଡିଭାଇସ୍‌ ବ୍ୟବହାର କରୁଥିବା ୭୫ ପ୍ରତିଶତ ଅଭିଭାବକ ଅବସାଦର ମଧ୍ୟ ଶିକାର ହୋଇଥିବା ଗବେଷଣାରୁ ଜଣାପଡ଼ିଲା ।

କରୋନା ସମୟରେ ଗବେଷଣା ହୋଇଥିବାରୁ ଲୋକଙ୍କ ସ୍କ୍ରିନ୍‌ ଟାଇମ୍‌ ଓ ଡିଜିଟାଲ୍‌ ମାଧ୍ୟମର ବ୍ୟବହାର ବହୁତ ବଢ଼ିଥିବା ଜଣାପଡ଼ିଲା । ହାରାହାରି ଅଭିଭାବକ ଦିନରେ ୩-୪ ଘଣ୍ଟା ଡିଜିଟାଲ ମିଡିଆର ଉପଯୋଗ କରୁଛନ୍ତି । ଗବେଷଣାର ମୁଖ୍ୟ ଲେଖିକା ଜାସ୍ମିନ୍‌ ଝାଙ୍ଗ କହିଛନ୍ତି, ପରିବାରରେ ଉଭୟ ଅଭିଭାବକ ଓ ପିଲାଙ୍କ ବ୍ୟବହାର ବହୁତ ଗୁରୁତ୍ୱପୂର୍ଣ୍ଣ । ଡିଜିଟାଲ୍‌ ଡିଭାଇସ୍‌ର ମାତ୍ରାଧିକ ବ୍ୟବହାର ଦ୍ୱାରା ଅଭିଭାବକଙ୍କ ବ୍ୟବହାର ଉପରେ ନକାରାତ୍ମକ ପ୍ରଭାବ ପଡ଼େ ବୋଲି ଜାସ୍ମିନ୍‌ କହିଛନ୍ତି ।

ଡିଜିଟାଲ୍‌ ମାଧ୍ୟମ ଯୋଗୁ ସ୍କ୍ରିନ୍‌ ଟାଇମ୍‌ ବଢ଼ିବା ଫଳରେ ପରିବାର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଉଛି । ଏହା ଦ୍ୱାରା ଅଭିଭାବକଙ୍କଠାରେ ପିଲାଙ୍କ ପ୍ରତିପାଳନ ସମ୍ବନ୍ଧୀୟ ଖରାପ ଅଭ୍ୟାସ ଦେଖିବାକୁ ମିଳୁଛି । ଯେଉଁ ମା’ବାପା ଦିନରେ ୧-୨ ଘଣ୍ଟା ସୋସିଆଲ ମିଡିଆରେ ବିତାଉଛନ୍ତି, ୪-୫ ଘଣ୍ଟା ବିତାଉଥିବା ଅଭିଭାବକଙ୍କ ତୁଳନାରେ ପିଲାଙ୍କ ପ୍ରତି ସେମାନଙ୍କ ବ୍ୟବହାର ଅଧିକ ସକାରାତ୍ମକ ଥାଏ ବୋଲି ଜଣାପଡ଼ିଲା । ମା’ବାପା ସାମାଜିକ ରୂପେ ଅଧିକ ସକ୍ରିୟ ରହିବା ଜରୁରୀ ବୋଲି ଜାସ୍ମିନ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର