ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପ୍ରଥମ ଥର ମୁହଁ ଖୋଲିଲେ ସୈଫଙ୍କ ଆକ୍ରମଣକାରୀର ବାପା, କହିଲେ ମୋ ପୁଅ ନିର୍ଦୋଷୀ, ଏବେ ମୁଁ…

Published By : Harapriya Biswal | January 24, 2025 4:05 PM

ମୁମ୍ବାଇ,୨୪।୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି ବାଂଲାଦେଶୀ ନାଗରିକ। ଶରିଫୁଲା ଇସ୍ଲାମ ଶହଜାଦ ଏବେ ପୋଲିସ ହେପାଜତରେ ଅଛି। ହେଲେ ସେପେଟ ଶରିଫୁଲାର ବାପା ରହୁଲ ଅମିନ ଫକିରଙ୍କର ଏହି ଘଟଣା ନେଇ ଆସିଛି ବୟାନ। ସେ କହିଛନ୍ତି, ତାଙ୍କ ପୁଅ ନିର୍ଦୋଷୀ। ସେ ଆକ୍ରମଣକାରୀ ଭଳି ଦେଖାଯାଉଥିବାରୁ ତାକୁ ଗିରଫ କରାଯାଇଛି। ରହୁଲ ଅମିନ ସାହାଯ୍ୟ ପାଇଁ ବାଂଲାଦେଶ ସରକାରଙ୍କୁ ଗୁହାରୀ କରିଛନ୍ତି।

ଏଏନ୍‌ଆଇର ଏକ ରିପୋର୍ଟ ଅନୁସାରେ, ରହୁଲ ଅମିନ କହିଛନ୍ତି ମୋତେ ଏସବୁ ୟୁଟ୍ୟୁବ ଚ୍ୟାନେଲ ଓ ସାମ୍ବାଦିକଙ୍କ ସହ ଫୋନ୍ ଜରିଆରେ ଜଣାପଡିଛି। ଭାରତରେ ମୋ ପୁଅକୁ ଗିରଫ କରାଯାଇଛି। ମୋ ପୁଅକୁ ଏଥିପାଇଁ ଗିରଫ କରାଯାଇଛି, କାରଣ ତା’ର ମୁହଁ ଆକ୍ରମଣକାରୀ ଭଳି ମିଶୁଛି। ମୋ ପୁଅ ନିର୍ଦୋଷୀ। ମୁଁ ଏବେ ୩-୪ ଦିନ ପରେ ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ଯିବ ଓ ତାଙ୍କୁ ମୋ ପୁଅକୁ ଛଡାଇବାକୁ ଗୁହାରୀ କରିବି। ରହୁଲ ଅମିନ କହିଛନ୍ତି, ତାଙ୍କ ପୁଅ ୬-୭ ମାସ ପୂର୍ବରୁ ହିଁ ଭାରତ ଯାଇଥିଲା। ଏତେ କମ୍ ସମୟରେ ଏତେ ବଡ଼ ଲୋକଙ୍କ ଘରେ କିଭଳି ସେ ପଶିପାରିବ ?

ରହୁଲ ଅମିନ ନିଜ ପୁଅ ବାଂଲାଦେଶ କାହିଁକି ଛାଡିଛି ସେ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି, ମୋର ପରିବାର ଖାଲିଦା ଜିୟାଙ୍କ ବାଂଲାଦେଶ ନ୍ୟାସନାଲ ପାର୍ଟି ସହ ଜଡିତ। ଶେଖ ହାସିନାଙ୍କୁ କ୍ଷମତାକୁ ଆସିବା ପରେ ଆମକୁ ନିର୍ଯାତିତ କରାଯାଇଥିଲା। ମୋର ପୁଅ ଖାଲିଦା ଜିୟାଙ୍କ ବହୁତ ବଡ଼ ସମର୍ଥକ ଥିଲା, ତେଣୁ ତାକୁ ଆହୁରି ଅଧିକ ନିର୍ଯାତିତ କରାଯାଇଥିଲା। ଏଥିରେ ସେ ଅତିଷ୍ଟ ହୋଇ ବାଂଲାଦେଶ ଛାଡି ଭାରତ ଯିବାକୁ ଯୋଜନା କରିଥିଲା। ଶରିଫୁଲାର ଭୁଲ ଏହା ଯେ, ସେ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲା। ସିସିଟିଭିରେ ଯାହାକୁ ଦେଖାଯାଉଛି ତା’ର ଲମ୍ବା କେଶ ଅଛି, ମୋ ପୁଅ କେବେ ବଡ଼ ଚୁଟି ରଖିବାକୁ ପସନ୍ଦ କରେନି। ଉଲ୍ଲେଖନୀୟ ‌ଯେ, ଗତ ୧୬ ଜାନୁଆରୀ ଭୋର ସମୟରେ ସୈଫ ଅଲ୍ଲୀ ଖାନ୍‌ଙ୍କ ଘରେ ପଶି ଶରିଫୁଲା ତାଙ୍କୁ ଛୁରାମାଡ଼ କରିଥିଲା। ଏହି ଆକ୍ରମଣରେ ସୈଫ୍ ଗୁରୁତର ଆହତ ହୋଇଥିଲେ। ତାଙ୍କ ମେରୁଦଣ୍ଡ ହାଡରେ ଛୁରୀ ଫଶି ଯାଇଥିଲା। ଲୀଳାବତି ହସ୍ପିଟାଲରେ ସର୍ଜରୀ ପରେ ୫ ଦିନ ରହିବା ପରେ ଘରକୁ ଫେରିଛନ୍ତି ସୈଫ୍।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.