ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

UAEରେ ଝିଅକୁ ମୃତ୍ୟୁଦଣ୍ଡରୁ ବଞ୍ଚାଇବାକୁ ବାପାଙ୍କ ପ୍ରୟାସ , ଦିଲ୍ଲୀ ହାଇକୋର୍ଟଙ୍କୁ କଲେ ଗୁହାରି

Published By : Prameya | March 1, 2025 10:38 PM

ନୂଆଦିଲ୍ଲୀ : ୟୁଏଇରେ ମୃତ୍ୟୁଦଣ୍ଡର ସାମ୍ନା କରୁଥିବା ଉତ୍ତର ପ୍ରଦେଶର ମହିଳା ଶହଜାଦୀ ଖାନଙ୍କ ପିତା , ଶନିବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପିତା ଶବୀର ଖାନଙ୍କ ଏହି ଆବେଦନରେ ବିଦେଶ ମନ୍ତ୍ରଣାଳୟ ତାଙ୍କ ଝିଅର ଆଇନ ସ୍ଥିତି ସ୍ପଷ୍ଟ କରିବା ଓ ନ୍ୟାୟ ଦେବାକୁ ଅପିଲ କରାଯାଇଛି। 

୩୩ ବର୍ଷିୟ ଶହଜାଦୀ ଖାନଙ୍କୁ ଅବୁଧାବୀର ଅଲ ବଥବା ଜେଲ୍‌ରେ ବନ୍ଦୀ କରାଯାଇଛି। ସେ ନିଯୁକ୍ତିଦାତାଙ୍କ ନବଜାତ ଶିଶୁର ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଓକିଲ ଅଲୀ ଏମଡି ମାଜଙ୍କ ମାଧ୍ୟମରେ ଦାଏର ଆବେଦନରେ କୁହାଯାଇଛି ଯେ, ଡିସେମ୍ୱର ୨୦୨୧ରେ ଶହଜାଦୀ ଭିସା ନେଇ ଅବୁଧାବୀ ଯାତ୍ରା କରିଥିଲେ। ଅଗଷ୍ଟ ୨୦୨୨ରେ ତାଙ୍କୁ ନିଯୁକ୍ତିଦାତାଙ୍କ ଶିଶୁପୁତ୍ରର ଦେଖାଶୁଣା ପାଇଁ ନିଯୁକ୍ତ କରାଯାଇ ଥିଲା। ୭ ଡିସେମ୍ୱର ୨୦୨୨ରେ ଶିଶୁକୁ ଟିକା ଦିଆଯାଇ ଥିଲା ଏବଂ ସେହି ଦିନ ତାର ମୃତ୍ୟୁ ହୋଇ ଥିଲା।

ପୋଷ୍ଟମର୍ଟମର ସୁପାରିଶ ସତ୍ତ୍ୱେ ମାତା ପିତା ମନା କରି ଦେଲେ ଏବଂ ଯାଞ୍ଚ ରୋକିବାକୁ ସହମତି ପତ୍ରରେ ଦସ୍ତକ୍ଷତ କରିଥିଲେ। ଫେବ୍ରୁଆରୀ ୨୦୨୩ରେ ଏକ ଭିଡ଼ିଓ ରେକର୍ଡିଂରେ ଅଭିଯୋଗ ମୁତାବକ ଶହଜାଦୀଙ୍କୁ ହତ୍ୟା ସ୍ୱୀକାର କରିଥିବାର ଦେଖାଯାଇ ଥିଲା। କିନ୍ତୁ ତାଙ୍କର ଦାବି କି, ଏହି ସ୍ୱୀକାରୋକ୍ତି ନିଯୁକ୍ତିଦାତା ଦ୍ୱାରା ନିର୍ଯାତନା ଓ ଚାପରେ ନିଆ ଯାଇଛି। ୧୦ ଫେବ୍ରୁଆରୀ ୨୦୨୩ରେ ଶହଜାଦୀଙ୍କୁ ପୁଲିସକୁ ପ୍ରଦାନ କରାଯାଇ ଥିଲା ଏବଂ ୩୧ ଜୁଲାଇ ୨୦୨୩ରେ ମୃତ୍ୟୁଦଣ୍ଡ ଶୁଣାଯାଇଛି। 

ଭାରତୀୟ ଦୂତାବାସ ଆଇନଗତ ପରାମର୍ଶ ଦେଇଛି , କିନ୍ତୁ ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ମିଳି ନାହିଁ। ସେପ୍ଟେମ୍ୱର ୨୦୨୩ରେ ଅପିଲ ଖାରଜ କରି ଦିଆ ଯାଇଛି ଏବଂ ୨୮ ଫେବ୍ରୁଆରୀ ୨୦୨୪ରେ ସଜା ବଜାୟ ରହି ଥିଲା। ଶବୀର ଖାନ ଦୟା ଆବେଦନ ଦାଏର କରିଥିଲେ , କିନ୍ତୁ କୌଣସି ସକାରାତ୍ମକ ଜବାବ ମିଳି ନାହିଁ। ୧୪ ଫେବ୍ରୁଆରୀ ୨୦୨୫ରେ ଜେଲ୍‌ରୁ ଆସିଥିବା ଏକ କଲ୍‌ରେ ଆସନ୍ନ ଫାଶୀର ସୂଚନା ଦିଆ ଯାଇଛି, ଯାହାପରେ ୨୦ ଫେବ୍ରୁଆରୀ ୨୦୨୫ରେ ବିଦେଶ ମନ୍ତ୍ରଣାଳୟରୁ ସାହାଯ୍ୟ ମଗାଯାଇ ଥିଲା , କିନ୍ତୁ କୌଣସି ଜବାବ ଆସି ନାହିଁ । ଏବେ ଶବୀର ଖାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏବଂ ସରକାରଙ୍କୁ ଝିଅର ସୁରକ୍ଷା ସୁନିଶ୍ଚିତ କରିବାକୁ ଅପିଲ କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.