ବାଇକକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ : ବାପା-ପୁଅ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡା, ୩୦।୬ ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଅନ୍ତର୍ଗତ ବନ୍ଧବାହାଲ- ବେଲପାହାଡ ରାସ୍ତା ଜୋରାବଗା ଛକ ନିକଟରେ ଏକ ବାଇକକୁ ଏକ ପିକଅପ ଧକ୍କା ଦେବାରୁ ବାପା ପୁଅଙ୍କ ମୃତ୍ୟୁ ହୋଇଛି l ମୃତକମାନେ ବେଲପାହାଡ ରେହେମତ ନଗର ର ମହମ୍ମଦ ମେହେଫୁଜ ଆଲାମ ଓ ତାଙ୍କ ବଡ଼ ପୁଅ ମହମ୍ମଦ ଆଦିଲ ।
ବେଲପାହାଡ ରେହେମତ ନଗର ର ମହମ୍ମଦ ମେହେଫୁଜ ଆଲାମ ଓ ତାଙ୍କ ବଡ଼ ପୁଅ ମହମ୍ମଦ ଆଦିଲ ବାଇକରେ ଯାଉଥିଲେ। ଏହି ସମୟରେ ଏକ ପିକଅପ ଭ୍ୟାନ ଜୋରାବଗା ଛକ ନିକଟରେ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମେହେଫୁଜ ଓ ଆଦିଲଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି l ଜୋରବାଗ ଛକ ନିକଟରେ ଲୋକେ ରାସ୍ତା ରୋକ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି l ପୋଲିସ ଘଟଣାସ୍ଥଳକୁ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି l ଦୁର୍ଘଟଣା ଘଟାଇ ପିକ ଅପ ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।