ନୂଆଦିଲ୍ଲୀ : ଚାଲିଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍ ଲିଗ୍ ଆଇପିଏଲ । ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ଦିନରୁ ଅନେକ ଘଟଣା ଏବଂ ରେକର୍ଡ ଦେଖିଛି । କିନ୍ତୁ ଏଥରକ ଆଇପିଏଲ ଇତିହସରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ପାଇଁ ମିଳିବ । ବାପାଙ୍କ ସପୋର୍ଟ ଗୋଟିଏ ଟିମ୍ ପାଇଁ ଏବଂ ପୁଅ ଖେଳିବ ବିପକ୍ଷ ଦଳରେ । କୁହାଯାଇପାରେ କି, ବାପା-ପୁଅ ଟିମ ମଧ୍ୟରେ ହେବ ଟକ୍କର । କ୍ରିକେଟର ଭଗବା ସଚିନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଛନ୍ତି । କିନ୍ତୁ ଚଳିତ ସିଜିନରେ ପୁଅ ଅର୍ଜୁନ ତେନ୍ଦୁଲକର ଲକ୍ଷ୍ନୌ ସୁପରଜାଏଣ୍ଟସ ପକ୍ଷରୁ ଖେଳିବେ ।
ଆଇପିଏଲର ୧୯ତମ ସିଜିନ ବେଶ ରୋମାଞ୍ଚକ ହେବାରେ ଲାଗିଛି । ଚଳିତ ସିଜିନରେ ବିଶାଳ ସ୍କୋର ଦେଖିବାକୁ ମିଳିଥିବାବେଳେ ବିପକ୍ଷ ଦଳମାନେ ସହଜରେ ଏହାକୁ ପୂରଣ କରୁଛନ୍ତି । ତେବେ ମୁମ୍ବାଇ ଏବଂ ଲକ୍ଷ୍ନୌ ମଧ୍ୟରେ କେବେ ଖେଳାଯିବ ଏହା ଉପରେ ସମସ୍ତଙ୍କ ନଜର ରହିଛି । ସଚିନ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଥିବବେଳେ ଅର୍ଜୁନ ଲକ୍ଷ୍ନୌର ଅଂଶ । ତେବେ ଏହି ବହୁ ପ୍ରତିକ୍ଷିତ ମ୍ୟାଚ୍ ମେ’ ୪ ତାରିଖରେ ଖେଳାଯିବ । ଏହ ମ୍ୟାଚ୍ ଓ୍ବାଙ୍ଖେଡେରେ ଖେଳାଯିବ ।
ସଚିନ୍ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ଦାୟିତବ ତୁଲାଉଛନ୍ତି । ପୂର୍ବରୁ ଅର୍ଜୁନ ମୁମ୍ବାଇ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିଛନ୍ତି । ସେ ୨୦୨୩ ମସିହାରେ ଆଇପିଏଲରେ ଡେବ୍ୟୁ କରିଥିବାବେଳେ ତାଙ୍କୁ ଖେଳିବାର ଏତେ ସୁଯୋଗ ମିଳିନାହିଁ । ସେ ମୁମ୍ବାଇ ପକ୍ଷରୁ ୫ ମ୍ୟାଚ ଖେଳିଥିବାବେଳେ ୩ ଓ୍ବିକେଟ୍ ନେବାରେ ସକ୍ଷମ ହୋଇଛନ୍ତି । ଚଳିତ ସିଜିନରେ ନୂଆ ଟିମରେ ଯୋଗ ଦେଉଥିବାବେଳେ ଖେଳିବାର ସୁଯୋଗ ମିଳୁଛି କି ନାହିଁ ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହାସହ ପଢ଼ନ୍ତୁ : ପାକିସ୍ତାନୀ ଇନଫ୍ଲୁଏନସରଙ୍କ ଭିଡିଓ ଭାଇରାଲ, ସ୍ବାମୀଙ୍କୁ ନେଇ କହିଲେ ଏମିତି କଥା