PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଆକାଶରେ ଉଡୁଛି ଇମ୍ରାନଙ୍କ ମନ,ଆମେରିକାରୁ ଫେରି କହିଲେ-ପୁଣିଥରେ ବିଶ୍ବକପ୍ ଜିତିବା ପରି ଲାଗୁଛି

ଇସ୍‌ଲାମାବାଦ୍‌,୨୫।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଆଜି ସ୍ୱଦେଶ ଫେରିଛନ୍ତି। ପାକିସ୍ତାନରେ ପହଁଞ୍ଚିବା ପରେ ତାଙ୍କୁ ତାଙ୍କର ସମର୍ଥକମାନେ ଯୋରଦାର ଢଙ୍ଗରେ ସ୍ବାଗତ କରିଥିଲେ। ତେବେ ଆମେରିକାରୁ ଆସିବା ପରେ ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଗୋଡ ଆଉ ସତେ ଯେପରି ତଳେ ଲାଗୁନି। ତାଙ୍କୁ ଆକାଶରେ ଉଡିବା ଭଳି ଲାଗୁଛି। ପାକିସ୍ତାନରେ ପହଁଞ୍ଚିବା ପରେ ଇମ୍ରାନ କହିଛନ୍ତି, ମୋତେ ଲାଗୁଛି ମୁଁ ବିଭିନ୍ନ ଦେଶକୁ ଅଫିସିଆଲ ଭିଜିଟରେ ଯାଇନଥିଲି ବଂର ଆଉଥରେ ବିଶ୍ୱକପ୍‌ ଜିତିକି ଘରକୁ ଫେରିବା ଭଳି ଲାଗୁଛି। ଉଲ୍ଲେଖନୀୟ ଯେ, ସଂଯୋଗବଶତଃ ଆଜିର  ଦିନରେ ଇମ୍ରାନ ନିର୍ବାଚନ ଜିତି ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଚଳିତ ସପ୍ତାହରେ ୩ ଦିନିଆ ଆମେରିକା ଗସ୍ତରେ ଇମ୍ରାନ ଯାଇଥିବା ବେଳେ ସେଠାରେ  ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାକୁ ପ୍ରୟାସ କରିଥିଲେ। ଏପରିକି ଠିକ୍‌ ଏହି ଗସ୍ତ ପୂର୍ବରୁ ହିଁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ‘ଜମାତ୍‌- ଉଦ୍‌- ଦାୱା’ର ମୁଖ୍ୟ ହଫିଜ୍‌ ସୟିଦ୍‌କୁ ଗିରଫ କରି ଇମ୍ରାନ ଆମେରିକାକୁ ମନାଇବାର ପ୍ରୟାସ କରିଥିଲେ। ଗସ୍ତ କାଳରେ ଇମ୍ରାନ୍‌ ଟ୍ରମ୍ପଙ୍କ ବ୍ୟତୀତ ରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ମଧ୍ୟ ଭେଟିଥିଲେ। ଆଜି ଇସ୍‌ଲମାବାଦ୍‌ ସ୍ଥିତ  ବିମାନବନ୍ଦରରେ କତାର ଏୟାରଲାଇନ୍ସର ଏକ ବିମାନ ଯୋଗେ ଇମ୍ରାନ ପହଞ୍ଚିଥିଲେ।