PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବାଉଁଶୁଣି, ୧୭/୩ : ସ୍ଥାନୀୟ ବାଉଁଶୁଣି ଅଞ୍ଚଳରେ ଜନୈକ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ତାଙ୍କୁ ଗରୁତର ଅବସ୍ଥାରେ ପ୍ରଥମେ ବାଉଁଶୁଣି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ପରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ଗୁରୁତର ମହିଳା ହେଲେ ଜାନକୀ ତ୍ରିପାଠୀ ।

ସୂଚନା ଅନୁଯାୟୀ, ବାଉଁଶୁଣିର ପ୍ରଶାନ୍ତ ତ୍ରିପାଠୀଙ୍କ ଘର ଭଙ୍ଗା କାର୍ଯ୍ୟକୁ ପୂର୍ବରୁ ପ୍ରତିବାଦ କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେଶ କରିଥିଲେ ଓ ପରେ ଜିଲ୍ଲାପାଳ ମଧ୍ୟ୍ୟ ଏହାକୁ ରଦ୍ଦ କରିଥିଲେ । ବର୍ତ୍ତମାନ ସେମାନେ ଆରଡିସିରେ ମଧ୍ୟ କେଶ ଫାଇଲ କରିଥିଲେ । ଆସନ୍ତା ୨୨ତାରିଖ ସେମାନଙ୍କ ଶୁଣାଣି ଥିଲା । ହେଲେ ପ୍ରଶାସନକୁ ସେମାନେ ପରିବାର ତରଫରୁ ଆସି ଗୁହାରି କରିଥିଲେ ଯେ ଜାଗା ମାପ କରାଯାଇ ଚିହ୍ନଟ କରାଗଲେ ଯଦି ସରକାରୀ ଜାଗା ବୋଲି ପ୍ରମାଣ ହେବ ଆମେ ନିଜେ ଭାଙ୍ଗିଦେବୁ ।

ମାତ୍ର ପ୍ରଶାସନ କୌଣସି କର୍ଣ୍ଣପାତ ନ କରି ଗତକାଲି ବାଉଁଶୁଣିରେ ଘର ଭଙ୍ଗାଯିବ ବୋଲି ସୂଚନା ଦେଇଥିଲେ ଓ ଆଜି ସକାଳେ ବଳ ପୂର୍ବକ ତାଙ୍କ ଘର ଭାଙ୍ଗିଦେବା ବେଳେ ସେମାନେ ପ୍ରତିବାଦ କରିଥିଲେ । କିନ୍ତୁ କେହି ଶୁଣିଲେ ନାହିଁ । ଏହାକୁ ସହ୍ୟ ନ କରିପାରି ପ୍ରଶାନ୍ତ ତ୍ରିପାଠୀଙ୍କ ସ୍ତ୍ରୀ ଜାନକୀ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି ଜଣାପଡ଼ିଛି । ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ।